ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

0
395

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଉଜୁଳାଙ୍ଗ ଗ୍ରାମ ର ମଂଜୁଲତା ନାୟକଙ୍କ କୋଡିଏ ବର୍ଷର ପୁଅ ମାନସ ନାୟକର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସୂଚନା ଅନୁସାରେ ଆଜକୁ ଦଶ ବର୍ଷ ପୂର୍ବେ ସବୁ ଠିକ୍ ଥିଲା । ମାନସ ହସିଖେଳି ସ୍କୁଲ ଯାଉଥିଲା, ପାଠ ପଢୁଥିଲା । ହେଲେ ହଠାତ୍ ପରିବାର ଉପରକୁ ଘୋଟି ଆସିଥିଲା କଳା ବାଦଲ ର ଛାଇ । ମାନସର ଗୋଡହାତ ଦିନକୁ ଦିନ ଶୁଖିବାକୁ ଲାଗିଥିଲା । ପୁଅ ଭଲ ହେବାପାଇଁ ବାପା ମାଆ ନୟାଗଡ଼ ଠାରୁ କଟକ ପର୍ଯ୍ୟନ୍ତ ବୁଲିବୁଲି ଚିକିତ୍ସା କରାଇଲେ । କିନ୍ତୁ ଗରିବ ଶ୍ରେଣୀର ଦିନ ମଜୁରିଆ ଲୋକ କେତେ ବା ଅର୍ଥ କେଉଁଠାରୁ ଆଣିବେ ଶେଷରେ ହତାସ ହୋଇ ଘରେ ପଡ଼ିରହିଲା ପୁଅ । ଖେଳ କୁଦ, ପାଠପଢ଼ା ସାଙ୍ଗକୁ ପରିବାର କୁ ସାହାଯ୍ୟ କରିବାକୁ ଆଶା ରଖିଥିବା ମାନସ ଅଜଣା ରୋଗର ଶିକାର ହୋଇ ଆଜକୁ ଦଶ ବର୍ଷ ହେବ ବିଛଣାରେ ପଡ଼ିରହିଥିଲେ ସୁଦ୍ଧା ଉଠିବାକୁ ସମ୍ବଳ ନାହିଁ। ସାହାଯ୍ୟ ପାଇବା ଆଶାରେ ବାପା ମାଆ , ପୁଅ ମିଶି ନୟାଗଡ଼ ଜିଲ୍ଲାପାଳ ଙ୍କ ନିକଟକୁ ଯାଇଥିଲେ ମଧ୍ୟ ସେଠାରୁ ବି ନିରାଶ ହୋଇ ଫେରିଲେ । ଯଦି ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାକୁ କିଛି ସାହାଯ୍ୟ କରନ୍ତେ ପିଲାଟିର ଆଶା ପୁରଣ ହୋଇ ପାରନ୍ତା ବୋଲି ପରିବାର ଲୋକେ ନିବେଦନ କରିଛନ୍ତି । ମାନସ କୁ ସାହାଯ୍ୟ କରିବାକୁ 8144118729 ନମ୍ବର ରେ ଯୋଗାଯୋଗ କରିବାକୁ ତାଙ୍କ ପରିବାର ପକ୍ଷରୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here