ମୃତଚାଷୀଙ୍କ ପରିବାରକୁ ଭେଟିଲେ ପ୍ରଦେଶ କଂଗ୍ରେସର ୫ଜଣିଆ ଟିମ ।

0
226

ଯାଜପୁର ( ଆୱାଜ ମିଡ଼ିଆ ) ଆଦିତ୍ୟ ମହାନ୍ତି : ଆତ୍ମହତ୍ୟା କରି ଜୀବନ ହାରିଥିବା ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ପ୍ରଦେଶ କଂଗ୍ରେସର ୫ ଜଣିଆ ଟିମ । ସୂଚନା ଅନୁସାରେ ଗତ ୧୧ ତାରିଖରେ ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବରପଦା ଗ୍ରାମର ଚାଷୀ ରମାକାନ୍ତ ମଳିକ ନିଜ ଚାଷ ଜମିରେ ଥିବା ବରଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଳିଟିଥିଲା। ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ଚାଷ ଜମିରେ ପାଣି ମାଡ଼ି ରମାରାମକାନ୍ତଙ୍କ ୪ ଏକର ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ରମାକାନ୍ତ ୭୦ ହଜାର ଟଙ୍କା ହାତ ଉଧାରୀ ସହ ନିଜ ଗାଈ ଗୋରୁ ଓ ସ୍ତ୍ରୀଙ୍କ ସୁନା ଗହଣା ବିକି ଚାଷ ଜମିରେ ଟଙ୍କା ଖର୍ଚ କରିଥିଲେ । ହେଲେ ବନ୍ୟା ପାଣି ସବୁକିଛି ଧୋଇନେଇଥିଲା । ଫଳରେ ରମାକାନ୍ତ ମାନସିକ ଭାରସାମ୍ୟ ହରାଇ ଚାଷ ଜମି ନିକଟରେ ଥିବା ବରଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ । ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ୫ଜଣିଆ ଟିମ ରମାକାନ୍ତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୧୨ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । କମିଟିର ସଭ୍ୟ ପଦ୍ମାକର ଗୁରୁ ସ୍ଥାନୀୟ ଶାସକ ଦଳର ବିଧାୟିକାଙ୍କ ଉପରେ ଖୁବ ବର୍ଷିବା ସହ ଯାଜପୁର ଜିଲ୍ଲାର ସାଂସଦଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ପ୍ରଦେଶ କଂଗ୍ରେସର ଟିମ ।

LEAVE A REPLY

Please enter your comment!
Please enter your name here