ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯନ୍ତ୍ରଣା ରେ ଜର୍ଜରିତ ଜୀବନ । ପଡିଶା ଘର କୁ ଟିଉସନ ଯିବା ହେଲା କାଳ । ଅଳ୍ପକେ ବର୍ତିଗଲା ୧୨ ବର୍ଷର ନାବାଳିକା ପ୍ରିୟଗ୍ନି ର ଜୀବନ। ହେଲେ 11kv ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶରୀରର ପ୍ରାୟ ୫୦ ରୁ ୬୦ ଭାଗ ଜଳିଯାଇଛି । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅଧିନସ୍ଥ କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗଡ଼ିଆ ଗ୍ରାମର ପ୍ରଦୀପ ଦେଓ ଙ୍କ ପରିବାର ରେ । ମହାମାରୀ କରୋନା ପାଇଁ ଟାଟା କମ୍ପାନୀ ତରଫରୁ ସ୍କୁଲ ପିଲା ମାନଙ୍କୁ ଶିକ୍ଷାଦାନ ର ଯୋଜନା କରାଯାଇଥିଲା । ଅଗଷ୍ଟ ୧୨ ତାରିଖ , ଅପରାହ୍ନ ୪ ଟା ସମୟ ରେ ପ୍ରିୟଗ୍ନି ଯାଇଥିଲା ପାଠ ପଢିବାକୁ । ତେବେ ଘର ଭିତରେ ପ୍ରବଳ ଗରମ ହେତୁ ଶିକ୍ଷା ଦାନ ପାଇଁ ନିଯୁକ୍ତ ହୋଇଥିବା ଶିକ୍ଷୟତ୍ରୀ ତାଙ୍କ ନିଜ ଘର ର ଛାତ ଉପରେ ପାଠ ପଢାଇବା ପାଇଁ ପିଲା ମାନଙ୍କୁ ନେଇଯାଇଥିଲେ । ଛାତ କୁ ଲାଗି ରହିଥିବା ଏକ ପଣସ ଗଛ ମଧ୍ୟରେ ଯାଇଥିବା 11kv ବିଦ୍ୟୁତ ତାରରେ ଭୁଲ ବଶତଃ ପ୍ରିୟଗ୍ନି ଙ୍କ ହାତ ବାଜିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସଂଗେ ସଂଗେ କଳିଙ୍ଗନଗର ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଅଶ୍ୱନୀ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ୧୮ଦିନ ମେଡିକାଲ ବେଡ଼ ରେ ଅସହ୍ୟ ଯନ୍ତ୍ରଣା ସହିବା ପରେ ପରିବାର ଲୋକେ ପ୍ରିୟଗ୍ନି ଙ୍କୁ ଘରକୁ ନେଇଆସିଛନ୍ତି । ଛୋଟ ମୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ପ୍ରିୟଗ୍ନି ଙ୍କ ବାପା ପ୍ରଦୀପ ଦେଓ ଝିଅର ଚିକିତ୍ସା ପାଇଁ ଧାର ଉଦ୍ଧାର କରି ୩ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଆହୁରି ୨ ଟି ସର୍ଜରି କରିବା କୁ ଡାକ୍ତର କହୁଛନ୍ତି । ଯାହାପାଇଁ ଆବଶ୍ୟକ ୨ ରୁ ୩ ଲକ୍ଷ ଟଙ୍କା । ଏବେ ପ୍ରିୟଗ୍ନି ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ .ଯାହାକୁ ନେଇ ଭାଙ୍ଗି ପଡିଛନ୍ତି ବାପା ପ୍ରଦୀପ ଓ ମା ନନ୍ଦିନୀ । ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଙ୍କୁ ଜଣାଇଥିଲେ ମଧ୍ୟ କେହି ନଶୁଣିବାରୁ କଳିଙ୍ଗନଗର ଥାନା ରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ନାବାଳିକା ପାଖରେ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ବିଧାୟକ କିମ୍ବା ସରପଞ୍ଚ କେହି ମଧ୍ୟ ପହଂଚି ନାହାଁନ୍ତି କି ତାଙ୍କ କଥାକୁ କର୍ଣପାତ କରୁନଥିବା ଅଭିଯୋଗ କହିଛନ୍ତି ପ୍ରଦୀପ ଦେଓ । ସେପଟେ ଏ ଘଟଣା କୁ ନେଇ ଜାତୀୟ ମାନବାଧିକାରୀ ପ୍ରତିରକ୍ଷାକାରୀ ଭଜ ମୋହନ ବିଶ୍ୱାଳ ନାବାଳିକା ଝିଅ ର ବାଲ୍ୟବସ୍ଥା ନଷ୍ଟ ଓ କ୍ଷତି ପାଇଁ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରିବା ସହ ଏନ ଏଚ ଆର ସି ,ରେ ମାମଲା ରୁଜୁ କରିଛନ୍ତି । ଏହିଭଳି ଦୁଃଖଦ ପରିସ୍ଥିତି ରେ ଝିଅ ର ଜୀବନ ବଞ୍ଚାଇବା ପାଇଁ ଗଣମାଧ୍ୟମ ଜରିଆ ରେ ଆକୁଳ ନିବେଦନ କରିଛନ୍ତି ପୀଡ଼ିତା ଙ୍କ ପରିବାର ।