ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଚାଲିଛି . ଜିଲ୍ଲାର ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚ।ୟତର ବି ସୀତାପୁର ଗ୍ରାମରେ ଜାତୀୟ କୃମି ନାଶକ ଔଷଧ ସେବନ ଅଭିଯାନ ଚାଲିଛି . ସ୍ୱାସ୍ଥ୍ୟକର୍ମୀ ବି ଜଗଦମ୍ବାଙ୍କ ଉପସ୍ଥିତି ରେ ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା, ମିନି ଅଙ୍ଗନବାଡି କର୍ମୀ କେ ବିଜୟ ଲକ୍ଷ୍ମୀ, ଆଶାକର୍ମୀ ଉପସ୍ଥିତ ରହିଛନ୍ତି . ବି ସୀତା ପୁର ଗ୍ରାମର ଘରକୁ ଘର ଯାଇ ଏକ ବର୍ଷରୁ 19 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ନିରାପଦ କୃମି ନାଶକ ଔଷଧ ବିନା ମୂଲ୍ୟରେ ବଣ୍ଟନ କରା ଯାଇଛି। ଏହି କାର୍ଯ୍ୟକ୍ରମ 21 ତାରିଖ ଠାରୁ 26 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *