ପୂର୍ବ ଶତୃତାକୁ କେନ୍ଦ୍ର କରି ଘର ପୋଡି : ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ

0
185

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରକୋଟା ଗ୍ରାମ ପଞ୍ଚାୟତର ଦିଅପାଳ ଗ୍ରାମରେ ଅଭାବନୀୟ ଘଟଣା । ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତ ମାନେ ଘର ପୋଡିଦେଇଥିବା ଅଭିଯୋଗ ଆସିଛି । ଗତ ୧୯ ତାରିଖ ଦିନ ପୂର୍ବ ଶତୃତାକୁ ନେଇ ଆନନ୍ଦ ଦଳେଇଙ୍କ ଘରେ ଦିଅପାଳ ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ, କୁନୁ ଖୁଣ୍ଟିଆ, ନିଆଁ ଲଗାଇଥିବା ଅଭିଯୋଗ ଆଣିଛନ୍ତି ଆନନ୍ଦ ଦଳେଇ। ନିଆଁ ଲାଗିବା ଦ୍ୱାରା ଘରର ଆସବାସ ପତ୍ର ଓ ଝିଅ ବାହାଘର ପାଇଁ ଘରେ ରଖିଥିବା ସୁନା ଗହଣା ଟଙ୍କା ସବୁ ମଧ୍ୟ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ଏହାକୁ ନେଇ ଟମକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଟମକା ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ କ୍ତ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ଆଣିଛନ୍ତି ଆନନ୍ଦ ଦଳେଇଙ୍କ ପରିବାରବାସୀ । ଏମିତି କି ଅଭିଯୁକ୍ତ ମାନେ ଖୁଲମ ଖୁଲା ବୁଲୁଥିବା ବେଳେ ରାତିରେ ଟେକା ପଥର ମାରିବା ସହ ଧମକ ଦେଉଥିବା ମଧ୍ୟ କହିଛନ୍ତି ଆନନ୍ଦଙ୍କ ପରିବାର ଲୋକେ । ତେବେ ସେମାନଙ୍କୁ ତୁରନ୍ତ ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here