ଭିଜିଲାନ୍ସ ଜାଲରେ ନର୍ଲା ଅଗ୍ନିଶମ ସେବା ବିଭାଗ ଷ୍ଟେସନ ଅଧିକାରୀ !!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରିଆ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ଅଗ୍ନିଶମ ବିଭାଗ ର ଷ୍ଟେସନ ଅଧିକାରୀ ଅନୁପମ ବାଗ । ସୂଚନା ଅନୁଯାୟୀ, ଗତ 17 ତାରିଖ ରେ ରାତି 12ଟା ସମୟ ରେ ଛତିକୁଡ଼ା ଗ୍ରାମର ବରୁଣ ସାହୁ ନାମକ ବ୍ୟକ୍ତି ଙ୍କ କାର ପୋଡିଯାଇଥିଲା । ନର୍ଲା ଅଗ୍ନିଶମ ବିଭାଗ ଆସି ନିଆଁ କୁ ଲିଭାଇ ଥିଲା । ଘଟଣା ପରେ କାର ଇନ୍ସୁରାନ୍ସ ସାର୍ଟିଫିକେଟ କରାଇବା ପାଇଁ ବରୁଣ ସାହୁ ନର୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଅନୁପମ ବାଗ ଙ୍କ ଦ୍ଵାରସ୍ତ ହୋଇଥିଲେ । ସାର୍ଟିଫିକେଟ ଦେବାକୁ 4000 ଟଙ୍କା ଲାଞ୍ଚ ମାଗିଥିଲେ ଅଗ୍ନିଶମ ବିଭାଗ ଅଧିକାରୀ । ଏହାକୁ ନେଇ ଭିଜିଲାନ୍ସ ର ସହାୟତା ନେଇଥିଲେ ବରୁଣ ସାହୁ । ଏନେଇ ଯୋଜନା ମୁତାବକ ବରୁଣ ସାହୁ ଅଫିସ ରେ ଅଗ୍ନି ସେବା ଅଧିକାରୀ ଙ୍କୁ 4000 ଟଙ୍କା ଦେବା ସମୟରେ ଭବାନୀପାଟଣା DSP ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା । ତାଙ୍କୁ ଅଧିକ ପଚରାଉଚରା ପାଇଁ ଭବାନୀପାଟଣା ଭିଜିଲାନ୍ସ ବିଭାଗକୁ ନିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *