କରୋନା ମୁକାବିଲା ପାଇଁ ତତ୍ପର ପ୍ରଶାସନ !!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହର ରେ ଦିନକୁଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ସହରରେ କରୋନାର ସଫଳ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ. ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷା ଦିଓ୍ବାକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ଅଗ୍ନିଶମ ଅଧିକାରୀ ଠାକୁର୍ ଦଳେଇ, ପୂର୍ବତନ ନଗରପାଳ ଗୁରୁ ପ୍ରସାଦ ଜେନା, ବଣିକ ସଂଘ ସଭାପତି ଜାନକୀବଲ୍ଲଭ ଜେନା ପ୍ରମୁଖ ଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କୋଭିଡ-୧୯ ର ନୀତି ନିୟମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। କରୋନା ମହାମାରୀ ଠାରୁ ଦୂରେଇ ରଖିବାକୁ ସୋମବାର ଓ ମଙ୍ଗଳବାର ଦୁଇଦିନ ନୟାଗଡ଼ ବଜାରକୁ ସମ୍ପୁର୍ଣ୍ଣ ସର୍ଟ ଡାଉନ୍ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି ଦୁଇଦିନ ମଧ୍ୟରେ ବଜାରକୁ ସମ୍ପୁର୍ଣ୍ଣ ବିଶୋଧନ କରାଯିବା ସହିତ ବ୍ୟବସାୟୀ ମାନଙ୍କୁ ସଚେତନ କରାଯିବ। ପ୍ରତ୍ୟେକ ବ୍ୟବସାୟୀ ଓ ଗ୍ରାହକ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଯେଉଁ ବ୍ୟବସାୟୀ ମାନେ ମାସ୍କ ନ ପିନ୍ଧିବେ ଓ ମାସ୍କ ପିନ୍ଧି ନଥିବା ଗ୍ରାହକ ମାନଙ୍କୁ ଜିନିଷପତ୍ର ଦେବେ ସେମାନଙ୍କଠାରୁ ପଚାଶ ହଜାର ଟଙ୍କା ତଣ୍ଡ ଦେବାକୁ ପଡ଼ିବ, ଯଦି ତଣ୍ଡ ପୈଠ ନ କରନ୍ତି ସବୁଦିନ ପାଇଁ ଉକ୍ତ ଦୋକାନ କୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଶାସନର ଏହି ନିଷ୍ପତ୍ତି କୁ ସଧାରଣ ରେ ସ୍ବାଗତ କରାଯାଇଛି।

Leave a Reply

Your email address will not be published. Required fields are marked *