ମୃତ ନାବାଳିକା ପୂଜାଙ୍କୁ ନ୍ୟାୟ ଦାବି !!

0
234

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମୃତ ନାବାଳିକା ପୂଜାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ପୂଜାଙ୍କ ପିତାମାତାଙ୍କ ସମେତ କଟକର ହିନ୍ଦୁସେନା କର୍ମକର୍ତ୍ତା । ସୂଚନା ଅନୁସାରେ ଭୁବନେଶ୍ୱର ଶିଖରଚଣ୍ଡୀ ଅଂଚଳର 14 ବର୍ଷର ନାବାଳିକାଙ୍କୁ ଚିକିତ୍ସା ପାଇଁ କଟକ ଶିଶୁ ଭବନରେ ଭର୍ତି କରିଥିଲେ ପରିବାର ଲୋକେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଜଣେ ଦଲାଲର ପ୍ରରୋଚନାରେ ପରିବାର ଲୋକେ କଟକର ଏକ ଘରୋଇ ଶିଶୁ ଚିକିତ୍ସାଳୟ ରେ ପୂଜାଙ୍କୁ ଭର୍ତ୍ତି କରାଇଲେ । ଘରୋଇ ହସ୍ପିଟାଲ ରେ ଚିକିତ୍ସା ପାଇଁ ମୋଟା ଅଙ୍କର ଅର୍ଥ ମଗାଯାଇଥିଲା । ଏହାପରେ ପରିବାର ଲୋକେ ପୂଜା ଙ୍କୁ ପୁଣିଥରେ ଶିଶୁ ଭବନକୁ ଫେରାଇ ଆଣିଥିଲେ । ପୂଜାଙ୍କ ପରିବାର ଲୋକଙ୍କ କ୍ରମାଗତ ଅନୁରୋଧ ଏବଂ ନେହୁରା ପରେ ମଧ୍ୟ ଡାକ୍ତର ମାନେ ପୂଜାଙ୍କ ପ୍ରତି ଉପଯୁକ୍ତ ଦୃଷ୍ଟି ନଦେଇ ଘୋର ଅବହେଳା ଦେଖାଇଥିଲେ । ଯାହା ଫଳରେ ନାବାଳିକା ପୂଜା ଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପାଇଁ ସିଧାସଳଖ ଏଥିରେ ସମ୍ପୃକ୍ତ ଡାକ୍ତର ମାନଙ୍କୁ ଦାୟୀ କରିଛନ୍ତି ନାବାଳିକାଙ୍କ ପରିବାର ଲୋକ । ପୂଜାଙ୍କୁ ନ୍ୟାୟ ତଥା ଏହି ଅମାନୁଷିକ ବ୍ୟକ୍ତିତ୍ୱ ରଖିଥିବା ଡାକ୍ତରମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ଉଦ୍ଦେଶ୍ୟରେ ପରିବାର ଲୋକ ଏବଂ ହିନ୍ଦୁସେନା କର୍ମକର୍ତ୍ତା କଟକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ କଟକ ଲାଲବାଗ ଥାନାରେ ସମୃକ୍ତ ଡାକ୍ତର ମାନଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ମଧ୍ୟ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here