ଜାତୀୟସ୍ତରୀୟ ଅନଲାଇନ୍ ୱେବିନାର ଅନୁଷ୍ଠିତ !!

0
439

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ସୁନାଖଳା ଠାରେ ନୋଇଡା ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶ ଆନୁକୁଲ୍ୟରେ ନୂତନ ଶିକ୍ଷାନୀତି-୨୦୨୦ ସମ୍ପର୍କିତ ଜାତୀୟସ୍ତରୀୟ ଅନଲାଇନ୍ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ନୋଇଡା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଜୟାନନ୍ଦ ଯୋଗଦେଇ ଶିକ୍ଷାନୀତିର ରୂପରେଖ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡି. ଆଇ. ଇ .ଟି. ନୟାଗଡ଼ ରାଜସୁନାଖଳାର ବରିଷ୍ଠ ପ୍ରଶିକ୍ଷକ ଡଃ ସନ୍ତୋଷ କୁମାର ପରିଡ଼ା ଯୋଗଦେଇ ଭାରତୀୟ ଶିକ୍ଷାନୀତି-୨୦୨୦ ଶିକ୍ଷାବ୍ୟବସ୍ଥାରେ ପରିବର୍ତ୍ତନ ଆଣିବ କି ପ୍ରସଙ୍ଗରେ ଅତି ସରଳ ଭାଷାରେ ବିଶ୍ଳେଷଣାତ୍ମକ ଶୈଳୀରେ ଉପସ୍ଥାପନା କରିଥିଲେ । ଏଥିସହିତ ଅନଲାଇନ୍ ରେ ଅଂଶ ଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଅତି ସରଳ ଓ ସୁନ୍ଦର ଭାବରେ ବୁଝାଇଥିଲେ। ଉଦଯାପନୀ ଉତ୍ସବରେ ଅନଲାଇନ୍ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ୭୮୪ ଜଣ ଶିକ୍ଷକ ମାନଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଧନ୍ୟବାଦ ଦେବାସହ ଡଃ ପରିଡା ଙ୍କ ଉପସ୍ଥାପନା କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଡଃ ଲୋମସ ଟୋମାର ଏବଂ ଡଃ ନମ୍ରତା ଦୁତା ସୁଚାରୁରୂପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here