ନୟାଗଡ଼ରେ “ସାହି ସବୁଜିମା” କାର୍ଯ୍ୟକ୍ରମ !!

0
405

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମା ଫାଉଣ୍ଡେସନ ତରଫରୁ “ସାହି ସବୁଜିମା” କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନୟାଗଡ଼ ସହରକୁ ସରସ, ସୁନ୍ଦର ଓ ସବୁଜିମା କରିବାକୁ ଲକ୍ଷ୍ୟ ରଖି ସମ୍ପାଦକ ରଂଜନ ରଶ୍ମି ଜେନା ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମା ଫାଉଣ୍ଡେସନ ତରଫରୁ 3 ନମ୍ବର ଓ୍ବାର୍ଡ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ସମାଜସେବୀ ଦାମୋଦର ସାହୁ, ଦୁର୍ଗାପୂଜା କମିଟି ସଭାପତି ନିରଞ୍ଜନ ମିଶ୍ର, ବିଜୟାନନ୍ଦ ମହାପାତ୍ର, ଆର୍ଟ ପଏଣ୍ଟ ର ସଂଯୋଜକ ଗୋପିନାଥ ସେଠି ଙ୍କୁ ନେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ସାହି ସବୁଜିମା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here