ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦାରେ କରୋନା ନେଲା ପୁଣି ଏକ ଜୀଵନ l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ଗ୍ରାମର ଜଣେ ପରିଚିତ ସମାଜସେଵୀ କାମଦେବ ସାମଲଙ୍କର କରୋନା ରେ ମୃତ୍ୟୁ ଘଟିଛି l କିଛିଦିନ ତଳେ କାମଦେବଙ୍କର କରୋନା ପଜିଟିଭ ବାହାରିଥିଲା l ପ୍ରଥମେ ତାଙ୍କୁ ହୋମ କ୍ୱାରେଣ୍ଟାଇନ ଓ ପରେ ଯାଜପୁର ମୁଖ୍ୟ ହସ୍ପିଟାଲଙ୍କୁ ନିଆଯାଇଥିଲା l ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଳିଙ୍ଗନଗର ସ୍ଥିତ ଟାଟା ମେଡ଼ିକା covid hospital କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତନ ଆସିନଥିଲା l ଶେଷରେ ଦୀର୍ଘ 20 ଦିନ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ଯୁଦ୍ଧ ରେ ହାରି ଯାଇଥିଲେ କାମଦେବ l ତାଙ୍କ ବିୟୋଗ ରେ ଦାନଗଦି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l