ଜାତୀୟ ପୁଷ୍ଟିକର ମାସ ପାଳନ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ବି.ସୀତାପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରଠାରେ ଜାତୀୟ ପୁଷ୍ଟିକର ମାସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବି.ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡାଙ୍କ ତତ୍ୱ।ବାଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରସୂତି,ଗର୍ଭବତୀ ମାଆ, କିଶୋରୀ ଏବଂ ବାଳିକାମାନେ ଉପସ୍ଥିତ ଥିଲେ । ପୁଷ୍ଟିକର ସ୍ନେହସାର ଖାଦ୍ୟ ଖାଇବା ଦ୍ଵାରା ମାଆ ଓ ଶିଶୁ ସୁସ୍ଥ ରହିବା,କିଶୋରୀ ବାଳିକାର ଯତ୍ନ ନେଇ ଥିଲେ ସ୍ୱାସ୍ଥ୍ୟବତୀ ମାଆ ହୋଇ ପାରିବେ ବୋଲି କର୍ମୀ ଏହି କାର୍ଯ୍ୟକ୍ରମରେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଯାଞ୍ଚ କମିଟି କିଶୋରି ବାଳିକା, ପ୍ରସୂତି ମାଆ,ଗର୍ଭବତୀ ମାଆ ଏବଂ ସଭାପତି ଏନ.ଜଗନ୍ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *