ମୁଖ୍ୟମନ୍ତ୍ରୀଙ୍କୁ ପାଞ୍ଚଦଫା ଦାବୀପତ୍ର ଦେଲା ଭାରତୀୟ ମଜଦୁର ସଂଘ !!

0
243

ରାୟଗଡା (ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଭାରତୀୟ ମଜଦୁର ସଂଘର ରାଜ୍ୟ କମିଟି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପ୍ରଦାନ କରାଯାଇଛି . ରାୟଗଡ଼ା ଜିଲ୍ଲା କଲୋନରା ବ୍ଳକର ସଭାପତି ପ୍ରଦିପ କୁମାର ମିଶ୍ର ଓ ସଂପାଦକ ସହଦେବ ନାଏକ ଙ୍କ ନେତୃତ୍ୱରେ ଆଜି କୋଭିଡ-୧୯ ନିୟମକୁ ପାଳନ କରି ସାମାଜିକ ଦୂରତାକୁ ବଜାୟ ରଖି କଲୋନରା ସ୍ଥିତ ମାଁ ମଝୀଘରିଆଣିଙ୍କ ମନ୍ଦିର ଠାରେ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସହର ମୁଖ୍ୟ ରାସ୍ତା ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରି ୫ଦଫା ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଲା ସଭାପତି ଯୋଗେଶ୍ଵର ଦାସ, ଜିଲ୍ଲା ସଂପାଦକ ଖଗେଶ୍ବର ସିଂ ଏବଂ ଉପସଭାପତି ମହନ ରାଓ ମାଝୀ ଉପସ୍ଥିତ ଥିଲେ . ବର୍ତ୍ତମାନ ରାଜ୍ୟ ସରକାର କରୋନା ନାଁରେ ଶ୍ରମିକ ମାନଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳୁଛି । ତାହା ତୁରନ୍ତ ବନ୍ଦ କରି ସେମାନଙ୍କୁ ତୁରନ୍ତ କର୍ମନିଯୁକ୍ତି ଦେବା ସହ ସେମାନଙ୍କ ଥଇଥାନ ପାଇଁ ଦାବି କରିଥିଲେ . ସଂଘ ତରଫରୁ ନିମ୍ନଲିଖିତ ଦାବୀ ସମ୍ବଳିତ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି .
1 – ସମସ୍ତ ପ୍ରବାସୀ ଶ୍ରମିକ ତଥା ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତା ସର୍ବେକ୍ଷଣ କରାଯାଇ ଅନୁରୁପ ନିଯୁକ୍ତି ଓ କର୍ମସଂସ୍ଥାନ ଯୋଗାଇ ଦିଆଯାଉ ।
2 – ହସ୍ପିଟାଲ କର୍ମଚାରୀଙ୍କ ଭଳି ସମସ୍ତ ମହିଳା କରୋନା ଯୋଦ୍ଧା ଅଗଂନବାଡି କର୍ମଚାରି ଏବଂ ଆଶା ଓ ଆଶା ସାଥି କର୍ମଚାରୀ ଇତ୍ୟାଦିଙ୍କୁ ଦିନିକିଆ 500ଟଙ୍କା କରୋନା ସହାୟତା ଭତ୍ତା ପ୍ରଦାନ କରାଯାଉ ।
3 – ଅର୍ଥାଭାବ ଦର୍ଶାଇ କୌଣସି ଠିକା ଏବଂ କଣ୍ଟ୍ରାକଚୁଆଲ କର୍ମଚାରୀ ଙ୍କୁ ଛଟେଇ କରା ନଯାଉ ଏବଂ ବନ୍ଦ ଥିବା ସରକାରୀ ନିଯୁକ୍ତିକୁ ତୁରନ୍ତ ଚାଲୁ କରାଯାଉ ।
4 – ନିର୍ମାଣ ଶ୍ରମିକ, ରିକ୍ସା ଚାଳକ, ଅଟୋ ଚାଳକ, ସ୍ୱ-ରୋଜାଗାରୀ, ଉଠା ଦୋକାନୀ, ପରିବା ବ୍ୟବସାୟୀ ଏବଂ ଅଣ ସଂଗଠିତ ଶ୍ରମିକଙ୍କୁ ତାଲା ବନ୍ଦ ସମୟରେ ମାସିକ ଦୁଇ ହଜାର ଟଙ୍କା କରୋନା ସହାୟତା ରାଶି ପ୍ରଦାନ କରାଯାଉ।
5 – ସମସ୍ତ ପ୍ରବାସୀ ଓ ଦାଦନ ଶ୍ରମିକଙ୍କୁ ନିଶ୍ଚିତ ପଞ୍ଜୀକରଣ କରାଯାଉ।
ଏହିସବୁ ଦାବି ଉପସ୍ଥାପନ କରା ଯାଇଥିଲା।
ବିକ୍ଷୋଭ ଏବଂ ଦାବୀପତ୍ର ପ୍ରଦାନ କାଯ୍ୟକ୍ରମରେ ରାୟଗଡ଼ ବ୍ଲକ ସଭାପତି ଗୋପୀନାଥ ଗୌଡ଼, ଜେ.କେ. ପେପେର ମଜଦୁର ସଂଘର ସଭାପତି ଏସ ଦୁର୍ଗା ଏବଂ ଜନାର୍ଦ୍ଧନ ଲେଙ୍କା, ବିଶ୍ଵକର୍ମା ମଜଦୁର ସଂଘର ଜିଲ୍ଲା ସମ୍ପାଦକ ଦୁର୍ଗାମାଧବ ଘୋଷ, କୃଷି ଗ୍ରାମୀଣ ମଜଦୁର ସଂଘର ଜିଲ୍ଲା ସଭାପତି ରମେଶ କୀଲାନା, ରାଜକୁମାର ଲିମା, ରବି ଗୌଡ଼ ପ୍ରମୂଖ ଉପସ୍ଥିତ ରହିଥିଲେ .

LEAVE A REPLY

Please enter your comment!
Please enter your name here