ଜଙ୍ଗଲ ସଂରକ୍ଷଣ ପାଇଁ ଅଭିନବ ପଦକ୍ଷେପ !!

0
228

ନୟାଗଡ (ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଜଙ୍ଗଲ ସଂରକ୍ଷଣ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଛି ନୟାଗଡ ବନଖଣ୍ଡ . କାଠ ମାଫିଆଙ୍କୁ ସାବାଡ଼ କରିବା ପାଇଁ ନୟାଗଡ ବନଖଣ୍ଡ ଅଧିକାରୀ ଏଚଡ଼ି ଧନରାଜ ଗ୍ରହଣ କରିଛନ୍ତି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ . ଜିଲ୍ଲାରେ କାଠ ମାଫିଆଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା କାଠ ଜବତ କରାଯାଉଛି . ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାର ସାହି ପଞ୍ଚାୟତର ପଦ୍ମପୁର ଗ୍ରାମରେ ଥିବା ନୀଳଚକ୍ର କାଠଗୋଲାରେ ବେଆଇନ କାଠ କାରବାର ହେଉଥିବାର ଖବର ପାଇ ନୟାଗଡ ବନ ବିଭାଗ ତରଫରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା କାଠ ଜବତ କରାଯାଇଛି . ନୟାଗଡ ବନଖଣ୍ଡ ଅଧିକାରୀ ଏଚଡ଼ି ଧନରାଜଙ୍କ ସହ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ସୋମନାଥ ନାୟକ , ଗଣିଆ ବନାଞ୍ଚଳ ଅଧିକାରୀ ସୋନାଲି ସିଓ , ବନପାଳ ସନ୍ତୋଷ ଦୋରାଙ୍କ ସହ ବନବିଭାଗର ସ୍ୱତନ୍ତ୍ର ଟିମ ଚଢ଼ାଉ କରି କାଠ ଜବତ କରିଥିବାର ସୂଚନା ମିଳିଛି .

LEAVE A REPLY

Please enter your comment!
Please enter your name here