ପ୍ଲାଜମା ଦାନ ପାଇଁ ଗଜପତି ଜିଲ୍ଲାପାଳଙ୍କ ନିବେଦନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମଗ୍ର ରାଜ୍ୟରେ ମହାମାରୀ କରୋନା ତାର କରାଳ ରୂପ ବିସ୍ତାର କରି ଚାଲିଥିବା ସମୟରେ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି କରୋନାର ପ୍ରଭାବ . କରୋନା କୁ ପ୍ରତିହତ କରିବା ପାଇଁ ପ୍ଲାଜମା ଥେରାପି ଉପଯୋଗୀ ସାବ୍ୟସ୍ତ ହୋଇଥିବା ବେଳେ କରୋନା କବଳରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା . କରୋନା ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ସାଧୁବାଦ ଜଣାଇଛନ୍ତି ଜିଲ୍ଲାପାଳ . ସେମାନେ ଆଗକୁ ଆସି ଆଗଭର ହୋଇ ପ୍ଲାଜମା ଦାନ କଲେ ଅନ୍ୟ ଲୋକଙ୍କର ଜୀବନ ରକ୍ଷାରେ ବଡ ସହଯୋଗ ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି ଜିଲ୍ଲାପାଳ .

Leave a Reply

Your email address will not be published. Required fields are marked *