ଲୁଟେରାଙ୍କୁ କାବୁ କଲା ଟମକା ପୁଲିସ ।

0
258

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସ୍ପଷ୍ଟ ଦିବାଲୋକରେ ହୋଇଥିଲା ଲୁଟ . ଯାଜପୁର ଜିଲ୍ଲା ଟମକା ଛକରେ ସନାତନ ମହାନ୍ତି ନାମକ ଜଣେ ବ୍ୟକ୍ତି ଦୋକାନରୁ ଜଳଖିଆ ଖାଉଥିବା ସମୟରେ 4ଜଣ ଡକାୟତ ତାଙ୍କ ଗାଡ଼ିରୁ ତାଙ୍କ ହ୍ୟାଣ୍ଡ ବ୍ୟାଗ ଛଡ଼େଈ ନେଇଯାଇଥିଲେ । ଉକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ ସେ ବ୍ୟାଗରେ ପାଖାପାଖି 60 ହଜାର ଟଙ୍କାର ଚାଲାଣ ଓ କିଛି ଜରୁରୀ କାଗଜପତ୍ର ଥିଲା । ଲୁଟ ଘଟଣା ସମ୍ପର୍କରେ ଟମକା ଥାନାରେ ଲିଖିତ ଏତଲା ଦେଇଥିଲେ । ଟମକା ପୋଲିସ ଚୋରମାନଙ୍କର ଗତିବିଧି ନଜର କରି ପିଛା କରିଥିଲେ । ପରେ ଚୋରମାନେ ଶାଳିଜାଙ୍ଗ ଗ୍ରାମ ଦେଉ ଯାଉଥିବା ସମୟରେ ଗ୍ରାମ ଲୋକ ମାନେ ଚୋରମାନଙ୍କୁ ଘେରିଯିବାରୁ ଶାଳିଜଙ୍ଗା ପଞ୍ଚାୟତର ବୀଣାପାଟିଆ ଗ୍ରାମରେ ଚୋର ମାନେ ପଶି ଯାଇଥିଲେ । ଶେଷରେ ପୋଲିସ ଶାଳିଜଙ୍ଗା ପଞ୍ଚାୟତର ଲୋକମାନଙ୍କ ସହଯୋଗରେ ଡକାୟତ ମାନଙ୍କୁ ଧରି ଥାନାକୁ ଆଣିଅଛି । ଗିରଫ ଲୁଟେରାଙ୍କ ମଧ୍ୟରେ ଦୁଇଜଣ ନାବାଳକ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ସୂଚନା ମିଳିଛି .

LEAVE A REPLY

Please enter your comment!
Please enter your name here