କଳାପଥରରେ କରୋନା ସଚେତନତା କାର୍ଯ୍ୟକ୍ରମ !!!

0
260

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାମାଜିକ ସଂଗଠନ , ଶିକ୍ଷାନୁଷ୍ଠାନ ଏବଂ ଛାପା ଗଣମାଧ୍ୟମର ମିଳିତ ପ୍ରୟାସରେ କରୋନା ସଚେତନତା କାର୍ଯ୍ୟକ୍ରମ . ଭୁବନେଶ୍ୱରରୁ ପ୍ରକାଶିତ ସାପ୍ତାହିକ ଖବରକାଗଜ ” ଭୋକିଲା ପେଟ ” ଏବଂ କଳାପଥରରେ ଅବସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ମିଳିତ ଉଦ୍ୟମରେ କୁଟୀରଶିଳ୍ପର ଗାଁ ଧଳାପଥର ଏବଂ ପନିପରିବା ବ୍ୟବସାୟର ପେଣ୍ଠସ୍ଥଳି କଳାପଥର ବଜାର ଉପରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ପ୍ରାୟ ୩୦୦ ଜଣ ପଥଚାରୀଙ୍କୁ ମାସ୍କ ପ୍ରଦାନ କରାଯାଇଥିବା ସମୟରେ ସଚେତନତା ପ୍ରାଚୀର ପତ୍ର ବଣ୍ଟନ ସହିତ ସାନିଟାଇଜରର ବ୍ୟବହାର ସଂପର୍କରେ ବୁଝାଯାଇଥିଲା । ଧଳାପଥର ଫାଣ୍ତି ଅଧିକାରୀ, ସମାଜସେବୀ ସୁଧିର କୁମାର ନାୟକ, ଶିକ୍ଷୟିତ୍ରୀ ପୁଷ୍ପଲତା ମହାପାତ୍ର , କବି ସୁନିଲ ମିଶ୍ର, ସମାଜସେବୀ ସୁବ୍ରତ ନାୟକ ପ୍ରମୂଖ ଯୋଗଦେଇ ଲୋକଙ୍କୁ କରୋନା ମହାମାରୀ ଉପରେ ସଚେତନ କରାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ନିଜ ଜୀବନ ନିଜ ହାତରେ, ତେଣୁ ସଚେତନ ହେବା ଅତି ଆବଶ୍ୟକ . ବିଶେଷ ଜରୁରୀ ନଥିଲେ ବାହାରକୁ ପାଦ କାଢିବା ଅନୁଚିତ । ଆସଂତୁ ସମସ୍ତେ ଘରେ ରହିବା , ନିଜେ ସୁସ୍ଥ ରହି ଅନ୍ୟ ମାନଙ୍କୁ ସୁସ୍ଥ ରହିବା ପାଇଁ ସଚେତନ କରିବା . କୋରନାକୁ ପ୍ରତିହତ କରିବା ପାଇଁ ଶପଥ ନେବା ।

LEAVE A REPLY

Please enter your comment!
Please enter your name here