ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ର ଜନଗହଳି ପୂର୍ଣ୍ଣ ଅଞ୍ଚଳ ତଥା ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ପାଖରେ ଅବସ୍ଥିତ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଅଛି । ଗଭର୍ଣ୍ଣର ହାଉସ ପମ୍ପ ରେ ନିଆଁ ଲାଗିବା ଖବର ଶୁଣି ପଖାଆଖରେ ଥିବା ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଅଗ୍ନିଶମ ବିଭାଗର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବା କାମରେ ଲାଗିଥିବା ସମୟରେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ ।