ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ନାମରେ ଅନେକ ସମୟରେ ବିଭିନ୍ନ ଅଭିଯୋଗ ହୋଇଆସୁଥିବା ସମୟରେ ବନ୍ୟା ପରବର୍ତ୍ତୀ ସ୍ଥିତିରେ ଆସିଛି ସାଙ୍ଘାତିକ ଅଭିଯୋଗ . ମହାନଦୀରେ ଚଳିତ ବର୍ଷ ପ୍ରଳୟଙ୍କାରୀ ବନ୍ୟା ଆସିବା ପରେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା . ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ଓ ଟଙ୍କା ପ୍ରଦାନରେ ବ୍ୟାପକ ଦୁର୍ନୀତି ସହ ପ୍ରକୃତ ହିତାଧିକାରୀଙ୍କ ନିକଟରେ ତାହା ପହଞ୍ଚି ପାରି ନଥିବା ଅଭିଯୋଗ ଆଣଛନ୍ତି ଶିମିଳିପୁର ପଞ୍ଚାୟତର ଅନେକ ମହିଳା ଓ ପୁରୁଷ ହିତାଧିକାରୀ . ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିମିଳିପୁର ପଞ୍ଚାୟତରେ ରିଲିଫ ସାମଗ୍ରୀ ପ୍ରଦାନରେ ହେରଫେରକୁ ପ୍ରତିବାଦ କରି ପଞ୍ଚାୟତ ଅଫିସ ସମୁଖରେ ଧାରଣା ଦେଇଛନ୍ତି . ଘଟଣାର ଉଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି ଗ୍ରାମବାସୀ . ଏପରିକି ଘଟଣା ସମ୍ପର୍କରେ ବାଙ୍କୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମର ଜୈନେକ ହିତାଧିକାରୀ ବେଣୁଧର ସାମଲ . ଏ ନେଇ କୋୖଣସି ଉଚ୍ଚ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ନଥିବା ସମୟରେ ଏହାର ତୁରନ୍ତ ପଦକ୍ଷେପ ନିଆଯାଇ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ରାସ୍ତା ରୋକ କରାଯାଇ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଦୁର୍ନୀତି ରେ ଡମପଡା ବ୍ଲକ ବିଡ଼ିଓ, ଏମ ଆଇ,ଭିଏଲଡବ୍ଲୁ, ଯୋଗାଣ ଅଧିକାରୀଙ୍କ ସମେତ ସମ୍ପୃକ୍ତ ଡିଲରଙ୍କ ନାମରେ ହେରଫେର କରିଥିବା ଅଭିଯୋଗ କରିଛନ୍ତି .