crypto କାରବାର ନାଁ ରେ ଚାଲିଥିଲା ଠକେଇ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : 32 ଜଣ ପଶ୍ଚିମବଙ୍ଗ ଲୋକ କଟକର ହୋଟେଲରୁ ଧରାପଡ଼ିବା ମାମଲାରେ କଟକ ଡିସିପିଙ୍କ ପ୍ରତିକ୍ରିୟା । 4 ଜଣ crypto କାରବାର ନାଁ ରେ ଠକେଇ କରିଥିଲେ । ସେମାନେ ସେଠାରୁ ଖସି ଆସି ପୁରୀରେ ଲୁଚିଥିଲେ । ପଶ୍ଚିମବଙ୍ଗ ର ଠକେଇର ଶିକାର ଜମାକାରୀ ମାନେ ପୁରୀ ରୁ କଟକ କୁ ଆଣି ହୋଟେଲରେ ରଖିଥିଲେ । ପୋଲିସ ଖବର ପାଇଲା ପରେ ହୋଟେଲରେ ଚଢାଉ କରିଥିଲା । ପଚରା ଉଚରା ପରେ ଅନଲାଇନ Crypto ଠକେଇ ସାମ୍ନାକୁ ଆସିଚି । ପୋଲିସ ଏବାବଦରେ ଅଧିକ ଅନୁସନ୍ଧାନ ଜାରି ରଖିଛି । ତେବେ Crypto କାରବାର ନାଁରେ ଠକେଇ ଏବଂ ଅପହରଣ କରି ହୋଟେଲରେ ରଖିବା ଦୁଇଟି ମାମଲା ହୋଇପାରେ ବୋଲି ଡିସିପି କହିଛନ୍ତି । 4 ଟି ଦାମୀ ଗାଡ଼ି, 35 ଟି ମୋବାଇଲ ଜବତ୍ ହୋଇଛି । ଏ ଦିଗରେ ଅଧିକ ଅନୁସନ୍ଧାନ ଜରୀରହିଚି । ଓଟୁ world ନାଁରେ ପ୍ରଥମେ crypto କାରବାର କରିଥିଲେ । ଭଲ ପ୍ରଫିଟ ହେବ ନାଁରେ ପରେ ଠକେଇ କରିଥିଲେ । ପରେ ସଂସ୍ଥା ନା ବଦଳାଇ ଆଉ ଏକ ସଂସ୍ଥା ନାଁରେ crypto କାରବାର କରିଥିବା ପୋଲିସ ଜାଣିବାକୁ ପାଇଛି । ଅଟକ 32 ଜଣକ ଭିତରେ ଜଣେ ଓଡ଼ିଆ ଲୋକଥିବା ଜଣାପଡିଛି । ସେମାନଙ୍କ ଅଲଗା କିଛି ମତଲବ ରହିଚି କି ନାହିଁ ସେ ନେଇ ଖୋଳତାଡ ଚାଲିଚି ।

Leave a Reply

Your email address will not be published. Required fields are marked *