ଚୋର ଗିରଫ : ସାମଗ୍ରୀ ଜବତ

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଟାଉନ ଥାନା ପକ୍ଷରୁ ଚୋରି ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଯାଜପୁର ସହର ବିଭିନ୍ନ ଦୋକାନରେ ଲଗାତାର ଚୋରି ହେବା ପରେ ଟାଉନ ଥାନାରେ ୩ଟି ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଟାଉନ ଥାନାଧିକାରୀ ମାନସ ରଂଜନ ଚକ୍ର ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ । ପୁଲିସ ସ୍କାନରକୁ ଆସିବା ପରେ ଟାଉନ ଥାନା ଅଧିନ ତଳିହା ଅଂଚଳର ଦେବେନ୍ଦ୍ର କୁମାର ପରିଡାଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ଟିଭି, ନଗଦ ଟଙ୍କା, ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଜବତ କରାଯାଇଥିବା ବେଳେ ଚୋରୀ ଘଟଣାରେ ସମ୍ପୃକ୍ତ ଫେରାର ଅନ୍ୟ ୨ଜଣଙ୍କୁ କାବୁ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *