ନଦୀ କୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ

Spread the love

ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା . ଗ୍ରାମର 60 ବର୍ଷ ବୟସ୍କ ଜଣେ ବୃଦ୍ଧ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବାର ସୂଚନା ମିଳିଅଛି . ବର୍ତ୍ତଣ୍ଡା ଗ୍ରାମର ନବ କିଶୋର ଓଝା ନାମକ ବ୍ୟକ୍ତି ନଦୀକୁ ଗାଧୋଇ ଯାଇ ଆଉ ଘରକୁ ଫେରିନଥିଲେ. ବହୁ ସମୟ ଅପେକ୍ଷା କରିବା ପରେ ଘର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ ସୁଦ୍ଧା ନବ କିଶୋରଙ୍କର କୌଣସି ପତ୍ତା ମିଳିନାହିଁ . ବୃଦ୍ଧ ଜଣକ ନଦୀକୁ ଗାଧୋଇବାକୁ ଯାଇଥିବାରୁ ସୁକିନ୍ଦା ଅଗ୍ନିଶମ ବିଭାଗର ସହାୟତା ନିଆଯାଇ ଖୋଜାଖୋଜି ଜାରି ରହିଛି . ତେବେ ଶେଷ ସୂଚନା ଅନୁଯାୟୀ ବୃଦ୍ଧଙ୍କର କୌଣସି ପତ୍ତା ମିଳିନି .

Leave a Reply

Your email address will not be published. Required fields are marked *