ନବରଙ୍ଗପୁର ( ଆୱାଜ ମିଡ଼ିଆ ) – ସୁଶାନ୍ତ କୁମାର ଗୌଡ଼ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗୀଗୁଡ଼ା ଗ୍ରାମରେ ଦୁଇ ମଦ୍ୟପଙ୍କୁ ଗାଁ ମଝି ଖୁଣ୍ଟରେ ବାନ୍ଧି ଶାସ୍ତି ଦେଇଛନ୍ତି ମହିଳା । ପରେ ଖବର ପାଇ କୋଡ଼ିଙ୍ଗା ପୋଲିସ୍ ଦୁଇ ଜଣଙ୍କୁ ଉଦ୍ଧାର କରିଛି । ସୂଚନା ଅନୁସାରେ ସର୍ଗିଗୁଡା ଗ୍ରାମରେ ମହିଳା ମାନେ ମଦ ଓ ମଦ୍ୟପଙ୍କୁ ବିରୋଧ କରନ୍ତି । ଏଥିପାଇଁ ଏକ ମହିଳା ମଣ୍ଡଳ ଗଠନ କରି ଗ୍ରାମ ମଧ୍ୟରେ ମଦ୍ୟପଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି । ଯଦି କେହି ମଦ ପିଇ ଗ୍ରାମକୁ ଆସିବ ତେବେ ଦଣ୍ଡ ସ୍ୱରୂପ ଗ୍ରାମ ମଝିରେ ଥିବା ଖୁଣ୍ଟରେ ବନ୍ଧା ହେବ ବୋଲି ଚେତାବନୀ ଦେଇଥିଲେ । ତେବେ ଦୁଇ ଜଣ ସ୍ଥାନୀୟ ବ୍ୟକ୍ତି ମଦ ପିଇ ଗ୍ରାମ ରେ ବୁଲୁଥିବା ବେଳେ ମହିଳା ମାନେ ତାଙ୍କୁ କାବୁ କରି ଗ୍ରାମ ମଝିରେ ଥିବା ଖୁଣ୍ଟରେ ବାନ୍ଧି ଦେଇଥିଲେ । କୋଡ଼ିଙ୍ଗା ପୋଲିସ୍ ଖବର ପାଇ ସର୍ଗୀଗୁଡ଼ା ଗ୍ରାମକୁ ଯାଇ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ମଦ ବିରୋଧ ଆନ୍ଦୋଳନ କରିବା ଏକ ଭଲ ପଦକ୍ଷେପ କିନ୍ତୁ ଆଇନକୁ ହାତକୁ ନନେବା ପାଇଁ ବୁଝାଇଛନ୍ତି।