ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାଷ୍ଟ୍ରୀୟ କିଷାନ ମଜଦୂର ସଂଘର ଗଣଧାରଣା ଓ ସତ୍ୟାଗ୍ରହ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ବନ୍ୟାରେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ କ୍ଷତି ସହିନପାରି ବିଂଝାରପୁର ବରପଦାର ଚାଷୀ ରମାକାନ୍ତ ମଲିକ ଆତ୍ମହତ୍ୟା କରିଥିଲେ। କିନ୍ତୁ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏହାକୁ ମାନିବାକୁ ନାରାଜ ଥିବା ବେଳେ ଏଯାବତ ତାଙ୍କ ପରିବାରକୁ କୌଣସି କ୍ଷତିପୂରଣ ପ୍ରଦାନ କରାଯାଇନାହିଁ । ଯାହାର ପ୍ରତିବାଦରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ସମ୍ପୃକ୍ତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଜିଲ୍ଲ‍ା ପ୍ରଶାସନ ଦାବି ନମାନିଲେ ଆସନ୍ତା ୧୪ ତାରିଖ ବିଂଝାରପୁର ବ୍ଲକ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି। ଚାଷୀ ପରିବାରର ସମସ୍ୟା ସମାଧାନ ଦିଗରେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବା ସହ ରାଜ୍ୟରୁ ଦେଶକୁ ବ୍ୟାପିବ ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ମଜଦୂର ସଂଘର ସଦସ୍ୟ . ସେପଟେ ରାମକାନ୍ତଙ୍କ ପତ୍ନୀ ରାମକାନ୍ତଙ୍କୁ ଚାଷୀ ବୋଲି ବିବେଚିତ ନକଲେ କି କ୍ଷତିପୂରଣ ପ୍ରଦାନ ନକଲେ ପରିବାର ସହ ଆତ୍ମହତ୍ୟା କରିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *