ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ରଥ ଦାଣ୍ଡ ପାଲଟି ଯାଇଛି ଗାଈଗୁହାଳ . ରାତି ଦିନ ରାସ୍ତା ଉପରେ ଶୋଇ ରହୁଛନ୍ତି ଶହ ଶହ ଗାଈ ଗୋରୁ . ରାସ୍ତା ଉପରେ ଗାଈ ଗୋରୁଙ୍କ ସମାବେଶ ଯୋଗୁଁ ଟ୍ରାଫିକ ସମସ୍ୟା ହେଉଥିବା ବେଳେ ସାଧାରଣ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି . ଘଟଣା ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଦେଖିବାକୁ ମିଳିଛି । ସୁକିନ୍ଦାରେ କାଞ୍ଜିଆଗଦା ହେବ ହେବ ବୋଲି ୨ ବର୍ଷରୁ ଉର୍ଦ୍ଧ୍ୱ ଦିନ ହେବ ବ୍ଲକରେ ଫାଇଲ, ଫାଇଲ ହୋଇ ରହିଯାଇଥିବା ବେଳେ କାଞ୍ଜିଆଗଦା ହେବା ପାଇଁ ଜାଗା ମିଳୁନଥିବା ଅଭିଯୋଗ ଆଣିଛନ୍ତି ସୁକିନ୍ଦା ସରପଞ୍ଚ ମନ୍ଦାକିନୀ ସେଠି ।
ସୁକିନ୍ଦା ବଡ଼ ଦାଣ୍ଡ ପାଲଟିଛି ଗାଈ ଗୁହାଳ ।

