ଇଷ୍ଟଦେବୀ ମା’ ଦ୍ୱାରଶନିଙ୍କ ଦଶହର। ପର୍ବ ପାଳିତ !

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରିଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମତୁଆଲଗୁଡା ଠାରେ ମା ଦ୍ୱାରଶନିଙ୍କ ଦଶହର। ପର୍ବ ପାଳିତ ହୋଇଯାଇଛି । ପରମ୍ପରା ଅନୁସାରେ କଳାହାଣ୍ଡିର ଅନ୍ୟାନ୍ୟ ଇଷ୍ଟଦେବୀ ଙ୍କ ଦଶହରା ପୂର୍ବରୁ ସର୍ବ ପ୍ରଥମେ ମା ଦ୍ୱାରଶନିଙ୍କ ଦଶହରା ପର୍ବ ପାଳିତ ହୋଇଥାଏ । ଦ୍ୱାରଶନି ଦେବୀଙ୍କ ପୂଜା ମହାଳୟ। ଠାରୁ ଦୀପ ପ୍ରଜ୍ଜ୍ୱଳନ କରି ଆରମ୍ଭ ହୋଇ ତୃତୀୟ ଦିନରେ କାଳେସି ଗ୍ରାମ୍ୟ ପରିକ୍ରମା କରି ମଧ୍ୟାହ୍ନ ସମୟରେ ପୂଜା ଶେଷ ହୁଏ . ପୂଜା ସମାପନ ଦିନ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଯଥା କୁକୁଡ଼ା, ପାରା, ବୋଦା ବୋଲି ଦିଆଯାଇଥାଏ । ଏହି ପର୍ବ ଏଥିପାଇଁ ନିଆରା ହୋଇଥାଏ ଯେ ଅନ୍ୟ ଦେବୀ ପୀଠରେ ବଳି ଦିଆଯାଇଥିବା ବୋଦା, କୁକୁଡ଼ା ରକ୍ତକୁ ମାଟିରେ ପକା ଯାଉଥିବା ବେଳେ ମା ଦ୍ୱାରଶନିଙ୍କ ପୀଠରେ ବଳି ପରେ ରକ୍ତ ମଣିଷ ଶରୀରରେ ସବାର ହୋଇଥିବା ଦେବୀ ( କାଳେସି) ଙ୍କୁ ପିଇବାକୁ ଦିଆଯାଇଥାଏ . ଦୈବୀ ଶକ୍ତି ଯୋଗୁ କାଳେସି କଞ୍ଚା ରକ୍ତ ପିଇ ଥିଲେ ମଧ୍ୟ ତାଙ୍କର କିଛି ଅସୁବିଧା ହୋଇ ନଥାଏ । ମା ଦ୍ୱାରଶନିଙ୍କ ପୀଠକୁ ଶ୍ରଦ୍ଧାଳୁ ମାନେ ଆସି ମାନସିକ ଧାରଣ କରିଥାନ୍ତି ଏବଂ ମାନସିକ ପୂରଣ ହେଲେ ପରବର୍ତୀ ଦଶହରାରେ ବୋଦା ,କୁକୁଡ଼ା ବଳି ଦେଇଥାନ୍ତି ଏହିବର୍ଷ କୋଭିଡ କଟଣା ଯୋଗୁ ରଂଗରଙ୍ଗ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିବା ବେଳେ କେବଳ ପରମ୍ପରା ବଜାୟ ରଖିବା ପାଇଁ ନିରାଡ଼ମ୍ବର ଭାବରେ ଯଥାରୀତି ଦଶହରା ପୂଜା ପାଳନ କରାଯାଇଥିବାର ପୂଜା କମିଟି ପ୍ରକାଶ କରିଛନ୍ତି

Leave a Reply

Your email address will not be published. Required fields are marked *