ସୋସିଆଲ ମିଡିଆରେ ଜାତିର ପିତାଙ୍କୁ ଅଶ୍ଳୀଳ ମନ୍ତବ୍ୟ: ଥାନାରେ ଅଭିଯୋଗ !!

0
322

ନବରଙ୍ଗପୁର ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ସାରା ବିଶ୍ୱ ଜଣେ ଆଦର୍ଶ ପୁରୁଷ ଓ ଅହିଂସାର ପୂଜାରୀ ଭାବେ ଗ୍ରହଣ କରୁଥିବା ବେଳ ସତ୍ୟବ୍ରତ ସାମଲ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ମହାତ୍ମାଗାନ୍ଧୀଙ୍କୁ ରଙ୍ଗିଲା ଗାନ୍ଧୀ କହି ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି l ସୂଚନା ଅନୁଯାୟୀ ଉମରକୋଟର ସତ୍ୟବ୍ରତ ସାମଲ facebook ଭଳି ସୋସିଆଲ ମିଡିଆରେ ଦାୟିତ୍ୱହୀନ ଏବଂ ବେପରୁଆ ଭାବେ ମହାତ୍ମାଗାନ୍ଧୀଙ୍କୁ କୁଟ ମନ୍ତବ୍ୟ ଦେଇ ତାଙ୍କ ଚରିତ୍ର ଉପରେ ଅଶ୍ଳୀଳ ଇଙ୍ଗିତ କରିଛନ୍ତି l ମହାତ୍ମାଗାନ୍ଧୀ ନିଜର ବ୍ରହ୍ମଚର୍ଯ୍ୟାକୁ ପରୀକ୍ଷା କରିବାକୁ ଯାଇ ବହୁ ସମୟରେ ଉଲଗ୍ନ ରହୁଥିଲେ ଏବଂ ନିଜ ନାତୁଣୀ ମାନଙ୍କ ସହ ସହବାସ କରୁଥିଲେ ବୋଲି facebook ରେ ଲେଖିଛନ୍ତି l ସେ ଆହୁରି ମଧ୍ୟ କହିଥିଲେ ଯେ କେବଳ ନାତୁଣୀ ମାନଙ୍କ ସହ ନୁହେଁ ସେ ତାଙ୍କ ସହକର୍ମୀ ମାନଙ୍କ ସହ ମଧ୍ୟ ଉଲଗ୍ନ ହୋଇ ରହୁଥିଲେ l ଗାନ୍ଧୀଙ୍କ ଚରିତ୍ରକୁ ଏଭଳି ଚିତ୍ରଣ କରି ଆକ୍ଷେପ କରିବାକୁ ପଛେଇ ନାହାନ୍ତି ଯାହା ସଂପୁର୍ଣ ଭାବେ ଭିତିହୀନ ଏବଂ କପୋଳକଳ୍ପିତ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଏନେଇ କ୍ଷେମରାଜ ବାଗ ଚନ୍ଦାହାଣ୍ଡି ଥାନରେ ସତ୍ୟବ୍ରତ ସାମଲଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here