ଦୁର୍ନୀତି ନିବାରଣ ସପ୍ତାହ ପାଳନରେ ବକ୍ତ୍ରୁତା ପ୍ରତିଯୋଗିତା !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ତି‐ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଦୁର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ କରିଥିଲେ. ଅତିରିକ୍ତ ଅଧୀକ୍ଷକ ଶାନ୍ତନୁ କୁମାର ପାଢୀଂକ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବକ୍ତ୍ରୁତା ପ୍ରତିଯୋଗିତାରେ ପାରଳାଖେମୁଣ୍ତି କେନ୍ଦ୍ରୀୟ ବିଦ୍ୟାଳୟର ଆଦ୍ୟାଶା ପଣ୍ତା ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତିା “ସତର୍କ ଭାରତ, ସମ୍ରୁଦ୍ଧ ଭାରତ” ବିଷୟ ଆଧାରିତ ଏହି ବକ୍ତ୍ରୁତା ପ୍ରତିଯୋଗିତାରେ ଦକ୍ଷିଣ ଓଡିଶାର ଗଜପତି, ଗଂଜାମ, ବ୍ରହ୍ମପୁର, କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଳାର ପ୍ରତିଯୋଗୀ ଭାଗ ନେଇଥିଲେ. ବିଚାରକ ହିସାବରେ ଡୁରା ମହାବିଦ୍ୟପିାଳୟର ଅଧ୍ୟକ୍ଷ ପିନାକୀ ମହାନ୍ତି, ଛତ୍ରପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସୁମିତା ମିଶ୍ର, ଗୋପାଳପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଚିତ୍ତରଂଜନ ପଟ୍ଟନାୟକ ଯୋଗଦାନ କରିଥିଲେ. ବିଜୟୀ ପ୍ରତିଯୋଗୀ ମାନଂକୁ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଦୁର୍ନୀତି ବିଭାଗ କାର୍ଯ୍ୟାଳୟ ଠାରେ ପୁରସ୍କୃତ କରାଯିବ. ଆଦ୍ୟାଶାଂକ ଏହି କୃତିତ୍ୱ ପାଇଁ ଗଜପତି ଜିଲ୍ଳାପାଳ ଅନୁପମ ସାହା ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତି.

Leave a Reply

Your email address will not be published. Required fields are marked *