ଭଉଣୀ ଭରସାରେ ଭଙ୍ଗାଘରେ ପଡି ରହିଛି ମାନସିକ ଭିନ୍ନକ୍ଷମ ଭାଇ !!!

0
284

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରୀଆ : ବାପ ମାଆ ଉଭୟ ପରପାରିରେ .ଭଉଣୀ ଭରସାରେ ଭଙ୍ଗାଘରେ ପଡି ରହିଛି ମାନସିକ ଭିନ୍ନକ୍ଷମ ଭାଇ .ଏଭଳି ସ୍ଥିତିରେ 29 ବର୍ଷୀୟା ମାନସିକ ଦୁର୍ବଳ ଭାଇର ସାହାରା ପାଲଟିଛି କେବଳ 20 ବର୍ଷୀୟା ଭଉଣୀ । କେହିଁ ନାହାନ୍ତି ଆହା କରିବାକୁ । ଏପରି ଏକ ହୃଦୟ ବିଦାରକ କରୁଣ କାହାଣୀ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମରେ । ସ୍ୱର୍ଗତ ରାମଚନ୍ଦ୍ର ଦଣ୍ଡସେନାଙ୍କ ପୁଅ ଅଭିମନ୍ୟୁ ଓ ଝିଅ ଚାନ୍ଦିନୀ, ଏହି ଦୁଇ ଅସହାୟଙ୍କ ପାଖରେ ନାହିଁ ଭୋଟର ପରିଚୟ ପତ୍ର କିମ୍ବା ଆଧାର କାର୍ଡ ଭଳି ସରକାରୀ ପ୍ରମାଣ ପାତ୍ର , ଯାହାକି ସାଜିଛି ସରକାରୀ ସହାୟତା ପାଇବା ପାଇଁ ମୁଖ୍ୟ ପ୍ରତିବନ୍ଧକ । ରାମଚନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନ ଅସହାୟ ହୋଇପଡିଛନ୍ତି 29 ବର୍ଷିୟ ପୁଅ ମାନସିକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତା ପାଖରେ ନାହିଁ ଭିନ୍ନକ୍ଷମର ପ୍ରମାଣ ପତ୍ର ତେଣୁ ସରକାରୀ ସହାୟତାରୁ ବଞ୍ଚିତ ହୋଇ ଅସହାୟ ଭାବରେ ଏକ ଭଙ୍ଗାଦଦରା ଘରେ ଉଭୟ ଭାଇ ଭଉଣୀ ପଡିରହିଛନ୍ତି । କେହି ପ୍ରଶାସନିକ ଅଧିକାରୀ ଅଥବା ଲୋକ ପ୍ରତିନିଧି ଙ୍କ କରୁଣା ଦୃଷ୍ଟି ଏମାନଙ୍କ ଉପରେ ପଡିନାହିଁ । ଝିଅ ଚାନ୍ଦିନୀ ର ବିବାହ ବୟସ ହୋଇଥିଲେ ମଧ୍ୟ ଏହି ଅସହାୟ ଗରିବ ପରିବାରର ଝିଅର ବିବାହ ପାଇଁ ଅର୍ଥ ସାଜିଛି ବାଧକ । ଏହି ଅସହାୟ ଭାଇ ଭଉଣୀଙ୍କ ଜୀବନ ଧାରଣ ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଥିବା ବେଳେ, ଯୋଗାଣ ସହାୟକ ଅନଙ୍ଗ ସେନ ବାଗ ସ୍ଥାନୀୟ ଦୋକାନରୁ ଗୋଟିଏ ବସ୍ତା ଚାଉଳ ଯୋଗାଇ ଦେଇଛନ୍ତି . ସ୍ଥାନୀୟ ସରପଞ୍ଚ ସୁଶୀଲା ନାଇକ ମୁଁ ମିଡ଼ିଆ ଆଗରେ ମୁଁ କୋଣସି ପ୍ରତିକ୍ରିୟା ରଖିପାରିବି ନାହିଁ କିନ୍ତୁ ସମ୍ପୂର୍ଣ ସହଯୋଗ କରିବି ବୋଲି ମତପ୍ରକାଶ କରିଛନ୍ତି ତେବେ ଏହି ଅସହାୟ ଦୁଇ ଭାଇ ଭଉଣୀଙ୍କୁ କେବେ ସରକାରୀ ସହାୟତା ଯୋଗାଇ ଦେବେ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here