ଶିକ୍ଷା ବିଭାଗର ଅଜବ ନୀତି !!

0
435
Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର / ସଞ୍ଜିବ ଡାକୁଆ : ଶିକ୍ଷା ବିଭାଗର ଅଜବ ନୀତି । ପାଞ୍ଚ କିଲୋମିଟର ରାସ୍ତାକୁ ସରକାରୀ କାଗଜପତ୍ରରେ ଏକ କିଲୋମିଟର ଦର୍ଶାଯାଇ ୩୦ଜଣ ଉପସ୍ଥାପନ ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ୨୫ ଜଣ ଉପସ୍ଥାପନ ଥିବା ବିଦ୍ୟାଳୟରେ ମିଶ୍ରଣ ପାଇଁ ଉଦ୍ୟମ କରାଯାଇଛି । ସ୍କୁଲ କମିଟି ଓ ଗ୍ରାମବାସୀ ପୁନର୍ବାର ଏହି ଘଟଣାର ବିଚାର ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୈାଣସି ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହାର ପ୍ରତିବାଦରେ ଗ୍ରାମବାସୀ ରାଜରାସ୍ତାକୁ ଆସିବାକୁ ଯୋଜନା କରୁଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା କୁଜାମାଣି ପଞ୍ଚାୟତ କଳାକିଆରି ପ୍ରାଇମେରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୯/୨୦ ଶିକ୍ଷା ବର୍ଷରେ ୩୦ ଓ ବନ୍ଧଖମଣ ପ୍ରାଇମେରୀ ସ୍କୁଲ ଯାହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ସମାନ ଶିକ୍ଷା ବର୍ଷରେ ୨୫ ଜଣ ଛାତ୍ରଛାତ୍ରୀ ଥିଲେ । ଏବେ ଏହି ଦୁଇଟି ସ୍କୁଲକୁ ମିଶାଇ ଗୋଟିଏ ସ୍କୁଲରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି । କିନ୍ତୁ କଳାକିଆରୀ ଠାରୁ ବନ୍ଧଖମଣକୁ ଯିବାଆସିବା ପାଇଁ ପକ୍କା ରାସ୍ତାଟିଏ ନାହିଁ । ଯିବାଆସିବା ପାଇଁ ବିଲ ଏବଂ ପୋଖରୀ ହୁଡା ବ୍ୟବହାର କରିବାକୁ ପଡ଼ିଥାଏ । କଳାକିଆରୀ ବିଦ୍ୟାଳୟ ୬୦ ବର୍ଷରୁ ଉର୍ଦ୍ଧ ବର୍ଷର ହୋଇଥିବା ବେଳେ ବନ୍ଧଖମଣ ବିଦ୍ୟାଳୟ ମାତ୍ର ପାଞ୍ଚ ବର୍ଷ ତଳର । ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ କଳାକିଆରୀ ବିଦ୍ୟାଳୟର ଅଧିକ । ଦୁରତ୍ଵ ମଧ୍ୟ ପାଞ୍ଚ କିଲୋମିଟର । ତେବେ କିପରି ଭାବେ ଦୁଇଟି ଯାକ ବିଦ୍ୟାଳୟ ଏକ ହୋଇପାରିବ ସେନେଇ ଉଠିଛି ପ୍ରଶ୍ନବାଚୀ ? ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦିନକ ପାଇଁ କଳାକିଆରୀ ବିଦ୍ୟାଳୟ କୁ ନଆସି, ବିଦ୍ୟାଳୟ କମିଟି ସହିତ କୈାଣସି ବୈଠକ ନକରି ,ପାଞ୍ଚ କିଲୋମିଟର ରାସ୍ତାକୁ ଏକ କିଲୋମିଟର ଦର୍ଶାଇ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଥିବା ସ୍କୁଲ କମିଟି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପିଲା ମାନଙ୍କ ଭବିଷ୍ୟତକୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଏସମ୍ପର୍କରେ ଉପଯୁକ୍ତ ତଦନ୍ତ କରି ସ୍କୁଲ ମିଶ୍ରଣ ସମ୍ପର୍କରେ ବିଚାର କରିବା ନିମନ୍ତେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଦାବି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here