ଗଜପତି ଜିଲ୍ଲାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଇଟାଲିଆନ ଦମ୍ପତ୍ତି !!

0
533

Loading

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ୩ ଜଣ ଶିଶୁଙ୍କୁ ସୁଦୂର ଇଟାଲୀ ଏବଂ ପଶ୍ଚିମବଙ୍ଗର ଦୁଇ ଦମ୍ପତ୍ତିଙ୍କ ପ୍ରଦାନ କରାଯାଇଛି . ଲକ ଡାଉନ ଏବଂ ସଟ ଡାଉନ ସମୟରେ ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇଥିବା ଶିଶୁଙ୍କୁ ଜିଲ୍ଲା ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମରେ ଯତ୍ନର ସହିତ ରଖା ଯାଇଥିଲା . ପରବର୍ତ୍ତୀ ସମୟରେ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କୁ ମୁକ୍ତ ଘୋଷଣା କରାଯିବ ସହିତ ଇଛୁକ ଦମ୍ପତ୍ତି ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରି ପାରିବେ ବୋଲି ସୂଚିତ କରାଯାଇଥିଲା . ଅନଲାଇନ ପ୍ରଣାଳୀରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରି ଅପେକ୍ଷା କରି ରହିଥିବା ଦମ୍ପତ୍ତିଙ୍କ କାଗଜପତ୍ର ଯାଞ୍ଚ ଏବଂ ଅନୁମୋଦନ ପରେ କିଲ୍ଲା ଶିଶୁ ମଙ୍ଗଳ ସମିତି ତରଫରୁ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ ହୋଇଥିଲା . ସମସ୍ତ କାଗଜପତ୍ର ତନଖି ପରେ ଜିଲ୍ଲାପାଳ ଅନୁପମ ସାହା ଶିଶୁ ମାନଙ୍କୁ ହସ୍ତାନ୍ତର ପାଇଁ ଅନୁମତି ପ୍ରଦାନ କରିଥିଲେ . ପଡୋଶୀ ପଶ୍ଚିମବଙ୍ଗର ଦୁଇ ଦମ୍ପତ୍ତି ଏବଂ ସୁଦୂର ଇଟାଲୀର ଦମ୍ପତ୍ତିଙ୍କୁ ଶିଶୁମାନଙ୍କୁ ହସ୍ତାନ୍ତର କରାଯାଇଛି . ପୋଷ୍ୟ ସନ୍ତାନ ଭାବରେ ପ୍ରଦାନ କରାଯାଇଥିବା ସମସ୍ତ ଶିଶୁ କନ୍ୟାରତ୍ନ ହୋଇଥିବା ସମୟରେ ସେମାନଙ୍କୁ ଗ୍ରହଣ କରି ଦମ୍ପତ୍ତି ମାନେ ବେଶ ଖୁସି ଥିବାର ଦେଖା ଯାଇଥିଲା . ହସ୍ତାନ୍ତର ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ , ନିସାନ ସାଲୋମ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ନିର୍ଦେଶକ ବିଶ୍ୱଜିତ ପାଣି ଏବଂ ସମ୍ପାଦିକା ସଂଜୁପ୍ରଭା ପାଣି ପ୍ରମୂଖ ଉପସ୍ଥିତ . ରହିଥିଲେ

LEAVE A REPLY

Please enter your comment!
Please enter your name here