କଟକରେ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର !!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଓଡିଶା ସୂଚନା ଅଧିକାର ଅଭିଯାନ କଟକ ଜିଲ୍ଲା ତରଫରୁ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱରେ କଟକ ସ୍ଥିତ ମାଛୁଆବଜାର ଶଶୀକଳା ପ୍ୟାଲେସରେ ଏକ ସୂଚନା ଅଧିକାର ଆଇନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସମୟରେ ଓସା ରାଜ୍ୟ ମୂଖ୍ୟ ଉପଦେଷ୍ଟା ଚିତ୍ତ ବେହେରା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ପ୍ରଦିପ ପ୍ରଧାନ ସୂଚନା ଅଧିକାର ଆଇନର ପ୍ରୟୋଗବିଧି ଓ ବ୍ୟବହାର ଆଲୋଚନା କରିବା ସହ ଉପଦେଷ୍ଟା ଦେବେଶ ଦାସ , ସଂଯୁକ୍ତା ପାଣିଗ୍ରାହୀ , ସାମାଜିକ କର୍ମୀ କ୍ଷୀରୋଦ କୁମାର ସାହୁ, ଅଶ୍ଵିନୀ ମହାରଣାପ୍ରମୂଖ ସୂଚନା ଅଧିକାର ଆଇନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଜ୍ୟୋତିକ୍ଷା ସାହୁ, ନର୍ମଦା ସାହୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରିଥିଲେ । ସୂଚନା ଅଧିକାର କର୍ମୀ ପ୍ରତାପ ମହାନ୍ତି, ମନୋରଞ୍ଜନ ଜେନା, ଦିପକ ଚୌଧୁରୀ, ଆଇନଜୀବୀ ତଥା ଯୁବନେତା ଇଂ.ଆକାଶ ଭୂୟାଁ, ସୁକାନ୍ତ ସାହାଣୀ, ଦେବାଶିଷ ରାଉତ, ସୋନୁ ସ୍ଵାଇଁ, ଭୀମସେନ ବିଶ୍ଵାଳ, ପ୍ରଶାନ୍ତ ରାଉତରାୟ, ଜ୍ଞାନରଞ୍ଜନ ଭୂୟାଁ, କରିମ ସା, ସୁବାଶିଷକ ପଟ୍ଟନାୟକ, ସୁରଜିତ ସାହୁ, ଶରତ ପରିଡ଼ା, ଅଶୋକ ମଲ୍ଲିକ, ଅତୁଲ ସାହୁ, ସ୍ଵପ୍ନ ଫାଉଣ୍ଡେସନ, ଜୟ ଜଗନ୍ନାଥ ସେବା ସମିତି, ମହାବୀଧ ସେବା ସମିତି, ହିନ୍ଦୁସେନା ସାମାଜିକ ସଂଗଠନର ସଦସ୍ୟ ଉପସ୍ଥିତ ରହି ସୂଚନା ଅଧିକାର ଆଇନ ସଂପର୍କରେ ପ୍ରଶିକ୍ଷଣ ନେଇଥିଲେ । ପ୍ରଶିକ୍ଷଣ ଶିଵିରରେ ରାଜ୍ୟ ଆବାହକ ପ୍ରଦିପ ପ୍ରଧାନ ଲିଖିତ ସୂଚନା ଅଧିକାର ଆଇନର ପୁସ୍ତକ ସମସ୍ତଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ଓ ସମସ୍ତ ସୂଚନା ଅଧିକାର କର୍ମୀ, ସାମାଜିକ କର୍ମୀଙ୍କୁ ଜିଲ୍ଲା ଆବାହକ ଶ୍ରୀକାନ୍ତ ପାକଳ ଧନ୍ୟବାଦ ଅର୍ପଣ କରି ଜିଲ୍ଲାରେ ସୂଚନା ଅଧିକାର ଆଇନ ର ବହୁଳ ବ୍ୟବହାର ନେଇ ପ୍ରଚାର ପ୍ରସାର କରାଯିବ ବୋଲି କହିଛନ୍ତି ।।

Leave a Reply

Your email address will not be published. Required fields are marked *