କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ବହିବନ୍ଧାଳୀ ରୁ ସମାଜସେବୀ , ଏହା ଏକ କାହାଣୀ କି ନାଟକ କିମ୍ବା ସିନେମା ନୁହେଁ । ଜଣେ ନିସ୍ଵାର୍ଥପର ମଣିଷ ର ମଣିଷପଣିଆ ଏବଂ ଗୋଟେ ନିଚ୍ଛକ ଆତ୍ମକଥା । ଆପଣ ମଣିଷ ପଣିଆ ଅନେକଙ୍କ ପାଖରେ ଦେଖିଥିବେ , ହେଲେ ଆମେ କହୁଛୁ ଏକିତି ଜଣେ ଲୋକଙ୍କ କଥା , ଯିଏ ବର୍ଷ ର 365 ଦିନ ରୁ ପ୍ରାୟ 360 ଦିନ ସକାଳ 9 ରୁ ମେଡିକାଲ ବାହାରି ଯାଇଥାନ୍ତି . ଏମିତି ଜଣେ ମଣିଷ ପଣିଆ ଥିବା ଲୋକ କେବେ ଦେଖି ନ ଥିବେ । ଅସହାୟ ଅବହେଳିତ ନିଷ୍ପେଶିତ ଲୋକ ମାନଙ୍କ ର ସେବା ପାଇଁ ଘରୁ ମେଡିକାଲ ର ଯିବା ସମୟ ଟା ସବୁ ଦିନ ଠିକ୍ ଥାଏ ମାତ୍ର ଘର କୁ ଫେରିବାର କିଛି ଠିକ୍ ଠିକଣା ନ ଥାଏ । କେତେବେଳେ ଦିନ 2 ତ କେବେ ଦିନ 3 ତ କେବେ କେବେ ସନ୍ଧ୍ୟା 5 । ଆଉ କେବେ କେବେ ବିଳମ୍ବିତ ରାତି କିମ୍ବା କାମ ଲାଗିଗଲେ ରାତି ମଧ୍ୟ ପାହିଯାଏ . ଆମେ କହୁଛୁ କଟକ ସହରର ସମାଜସେବୀ ଅଭିମନ୍ୟୁ ଦାସ ସମସ୍ତଙ୍କର ପ୍ରିୟ ଅତି ଆପଣାର ଅଭି ଭାଇଙ୍କ କଥା . ଅନ୍ୟ ମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ନିଜେ ବି ସମୟେ ସମୟେ ଉପବାସ ରେ ରହିଯାନ୍ତି । ଏମିତି ସମୟ ବି ଆସିଛି ରାତି 3 ଟାରେ ଶବ ସତ୍କାର କରି ପୁଣି ପର ଦିନ ସକାଳ 9 ରେ ଯାଇ ମେଡିକାଲ ରେ ପହଞ୍ଚିବାକୁ ପଡିଥାଏ । ନିଜ ପରିବାରର ଅସୁବିଧା କୁ ପାଦ ରେ ଆଡେଇ ଦେଇ ଯିଏ ସମାଜ ର ହିତ ପାଇଁ ନିଜ କୁ ସମର୍ପିତ କରି ଦେଇଛନ୍ତି , ସମାଜସେବୀ ମାନକ ପାଇଁ ପାଲଟିଛନ୍ତି ଉଦାହରଣ । ରାତି ରେ ବହି ବାନ୍ଧିଲେ ତେଲ ଲୁଣ ର ସଂସାର ଚାଲେ କିନ୍ତୁ ଏତେ ଅସୁବିଧା ର ସମ୍ମୁଖୀନ ହୋଇ ବି ଅବ୍ୟାହତ ରଖିଛନ୍ତି ସମାଜସେବା ।