ଟିକାକରଣ ରେ ରାଜନୀତି : ଲୋକେ ହୀନସ୍ତା !

0
164

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଗତ ଜୁନ୍ ୨୧ ତାରିଖ ସୋମବାର ଠାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୮ ବର୍ଷରୁ ୪୪ ବର୍ଷ ଲୋକଙ୍କୁ କୋଭିଡ ଟୀକାକରଣ ପର୍ଯ୍ୟାୟ ଆରମ୍ଭ ହୋଇଛି । ବାଙ୍କୀ ଡମପଡା ବ୍କକର ତାଳବସ୍ତ ଏବଂ ଡମପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କିନ୍ତୁ ସବୁଠି ଧାର୍ଯ୍ୟ ଟୀକାଠାରୁ ଅଧିକ ଜନ ସାଧାରଣଙ୍କ ଉପସ୍ଥିତି ମେଡିକାଲ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମୁଣ୍ତବ୍ୟଥାର କାରଣ ହୋଇଛି । ବହୁ ଟିକାକରଣ କେନ୍ଦ୍ରରେ ଅଙ୍ଗନବାଡି ଓ ଆଶାକର୍ମୀ ରହୁ ନାହାନ୍ତି । ସରକାରଙ୍କ କୋଭିଡ ନିୟମ କାନୁନ କୁ ଲୋକମାନେ ଟୀକାକରଣ କେନ୍ଦ୍ରରେ ମାନୁ ନାହାନ୍ତି ।

ଯେତିକି ବ୍ୟୟ ବରାଦ ଓଡିଶା ସରକାରଙ୍କ ପ୍ରଚାର ପ୍ରସାର ପୋଷ୍ଟର ବ୍ୟାନରରେ କରାଯାଉଛି । ସେଥିରୁ କିଛି ଅଂଶ ଗ୍ରାମ୍ୟସ୍ତରରେ ଥିବା ସ୍ୱେଚ୍ଛାସେବୀଙ୍କ ପ୍ରତି ଖର୍ଚ୍ଚକଲେ ସେମାନେ ଟୀକାକରଣରେ ରହି ଲୋକ ମାନଙ୍କୁ ନେବା ଆଣିବା ଓ ତଦାରଖ କରିପାରନ୍ତେ । ଜନଗହଳି ଆଉ ସାମାଜିକ ଦୂରତ୍ୱର ଅବ୍ୟବସ୍ଥା, ବିନା ମାସ୍କରେ ଲୋକଙ୍କ ଅବାଧ ପ୍ରବେଶ, ଖରାରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ପରି କାର୍ଯ୍ୟ ସବୁ ମେଡିକାଲ ପାଖରେ ପରିଲିକ୍ଷିତ ହେଉଛି । ସ୍ୱେଚ୍ଛାସେବୀ ଙ୍କୁ ନିୟୋଜିତ କଲେ ତାହା କିଛି ମାତ୍ରାରେ ସୁଧୁରି ପାରନ୍ତା ବୋଲି ମତ ପ୍ରକାଶ ପାଇଛି । ତାଳବସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ଦିନ ଗହଳି ଭିତରେ ଆଧାରକାର୍ଡ ଚିରିବା ପର୍ଯ୍ୟନ୍ତ କଥା ଯାଇଥିଲା । ଫୋନ କଲେ ଯାଇ ମେଡିକାଲକୁ ପୋଲିସ୍ ଆସୁଛନ୍ତି । ପ୍ରତିଦିନ କିଛି ବଳଶାଳୀ ଓ ପ୍ରଭାବିତ ଶାସକ ଗୋଷ୍ଠିର ଲୋକ ପ୍ରଥମେ ଟୀକାର ସୁବିଧା ନେଉଥିବା ଡମପଡା ସ୍ୱାସ୍ଥ୍ୟକେନ୍ଦ୍ର ରେ ଦେଖାଯାଉଛି । ଚାରିଆଡୁ ସମାଲୋଚନା ଓ ମୋଦି-ନବୀନ ଫଟୋ ଚିରା ପରେ ଏ.ଏନ୍.ଏମ୍ ଦିଦି ଙ୍କ ଦ୍ୱାରା ଟୋକନ ବ୍ୟବସ୍ଥା କରାଯାଇ ଆଶାକର୍ମିଙ୍କୁ ବାଣ୍ଟିବାକୁ ଦିଆ ଯାଇଛି । ପ୍ରତିଦିନ ନିର୍ଦ୍ଧିଷ୍ଟ ଅଞ୍ଚଳର ଜନସାଧାରଣ ଆଶାଦିଦିଙ୍କ ଠାରୁ ପାଇଥିବା ଟୋକନ କୁ ନେଇ ଟୀକା ଦେଇ ପାରିବେ । ତେଣୁ ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ମାଗଣା ଟୀକାର ନକରାତ୍ମକ ଭାବନା କୁ ମନରୁ ପୋଛି ସମସ୍ତେ ସଚେତନ ହୁଅନ୍ତୁ । ଟୀକାର ଉପଯୋଗୀତାକୁ ସମସ୍ତେ ଗ୍ରହଣ କରନ୍ତୁ ।

LEAVE A REPLY

Please enter your comment!
Please enter your name here