ଭାରସାମ୍ୟ ହରାଇ ସରସ୍ୱତୀ ଶିଶୁ ମନ୍ଦିର ଗେଟ କୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ !!!

0
190

Loading

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦ୍ରୁତ ଗତିରେ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ସୁନ୍ଦରିଖାଲ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିର ପାଚେରୀ କୁ ଧକ୍କା ଦେଇ ଓଲଟି ପଡିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ (OD 09 G 0045) ଟି ଯାଜପୁର ଅଞ୍ଚଳର ହୋଇଥିବା ସମୟରେ ଗଁଦିଆ ରୁ ସିମେଣ୍ଟ ବୋଝେଇ କରି ଆସୁଥିଲା । ଟ୍ରକଟି ବ୍ରେକ ଫେଲ ହେବାରୁ ଶିଶୁ ମନ୍ଦିର ଗେଟ ରେ ଆସି ମାଡ ହୋଇଥିବାର ଜଣାଯାଇଛି , ତେବେ ଟ୍ରକ ଧକ୍କାରେ ବିଦ୍ୟାଳୟର ପ୍ରସ୍ତର କାନ୍ଥ ଟି ସମ୍ପୂର୍ଣ ଭାବେ ଭାଙ୍ଗି ପଡିଛି । ଘଟଣା ସ୍ଥଳରେ ପୋଲିସ ରହିବା ସହ ଗାଡ଼ି ମାଲିକଙ୍କୁ ସୂଚନା ଦିଆଯାଇଛି । ଗାଡ଼ି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ଦ୍ୱାରା କିଛି ସମୟ ପାଇଁ ରାସ୍ତା ରେ ଭିଡ଼ ଦେଖାଯାଇଥିଲା । ସ୍ଥାନୀୟ ପୁଲିସ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

LEAVE A REPLY

Please enter your comment!
Please enter your name here