ବାଣପୁର ସାନହନ୍ତୁଆଡ଼ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସାନହନ୍ତୁଆଡ଼ ଗ୍ରାମରେ ବହୁ ଆଡମ୍ବରରେ ଗିରି ଗୋବର୍ଦ୍ଧନ ପୂଜା ରୀତିନିତି ଅନୁସାରେ ପାଳିତ ହୋଇଯାଇଛି । ବହୁ ପୁରାତନ କାଳରୁ ପାଳିତ ହୋଇ ଆସୁଥିବା ଏହି ପୂଜା ଅବସରରେ ହଜାର ହଜାର ଭକ୍ତଙ୍କର ସୁଅ ଛୁଟିଥିଲା l ସାନହନ୍ତୁ ଆଡ଼ ଗ୍ରାମର ପ୍ରତି ଘରେ ଘରେ ପୂର୍ଣ୍ଣକୁମ୍ଭ , ଦୀପ ପ୍ରଜ୍ଜ୍ବଳନ ଓ ଘରର ବାହାର କୁ ମୁରୁଜ ଝୋଟି ଚିତା ରେ ଫୁଲରେ ସୁସଜ୍ଜିତ କରାଯାଇଥିଲା । ଶେଷଦିନ ଅବସରରେ ପୂଜା ମହୋତ୍ସବ ରେ ବାଣପୁର ଅଞ୍ଚଳର ପେଣ୍ଡୁରା ପଲ୍ଲୀ, ଭଗବତୀ ପୁର ନୂଆଗାଁ, ଦେଓଗାଁ, କୋଳଥଡି, ମାଟିଆ ପୋଖରୀ ଓ ସାନ ହନ୍ତୁଆଡ଼ ପରି ଗ୍ରାମର ରେ ୭ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ l ସଂକୀର୍ତ୍ତନ ହରି ନାମ ଶ୍ରୀ କୃଷ୍ଣ ଭଗବାନ ଙ୍କର ଭଜନ ଜଣାଣ ପରିବେଷଣ କରିଥିଲେ l ୮ ମେଳ ସଂକୀର୍ତ୍ତନ ମଣ୍ଡଳୀ ଦିନ ସାରା ସଂକୀର୍ତ୍ତନ ପରିବେଷଣ କରିଥିଲେ l ଗ୍ରାମର ତିନି ଠାକୁର ଶ୍ରୀ ରଘୁନାଥ ଦେବ ଙ୍କ ବିମାନ ଶ୍ରୀ କୁଞ୍ଜ ବିହାରୀ ଦେବଙ୍କ ବିମାନ , ଶ୍ରୀ ମଦନ ମୋହନ ଦେବ ବିମାନରେ ଫୁଲରେ ସୁସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ l ଏହି ସମୟରେ ଏକ ଆଧ୍ୟତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ଏହି ଅବସରରେ ୫ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା  l ସାନହନ୍ତୁଆଡ଼ ଦୁଇ ସାହିର ଯୁବ ଗୋଷ୍ଠୀଙ୍କର ସମ୍ପୂର୍ଣ୍ଣ ସହଯୋଗ ଦେଖିବାକୁ ମିଳିଥିଲା। ସାନହନ୍ତୁ ଆଡ଼ ଗ୍ରାମର ଦୁଇ ସଭାପତି ସଭାପତି ମୁକୁନ୍ଦ ପ୍ରସାଦ ମହାନ୍ତି, ସୁଧୀର କୁମାର ପ୍ରଧାନ, ସାରଥୀ ସାମନ୍ତରାୟ , ନିରଞ୍ଜନ ପ୍ରଧାନ ଗ୍ରାମର ସମସ୍ତ ଅଧିକାରୀ ଏବଂ କମିଟି ସଦସ୍ୟ ବୃନ୍ଦ, ଗ୍ରାମର ଉଦୀୟ ଯୁବକ ସୁଜୁତି ଛାଟେଇ, ଅମିତାଭ ପଟ୍ଟନାୟକ , ସୁରେନ୍ଦ୍ର ସାମନ୍ତରାୟ , ନିଲେଶ ବରାଳ, ଉତ୍ତମ ସୁନ୍ଦରା, ସନ୍ତୋଷ ବରାଳ , ଅଶୋକ ସୁନ୍ଦରାୟ, ପ୍ରମୁଖ ସମସ୍ତ କାର୍ଯ୍ୟ ସୁଚାର ରୂପେ ତୁଲାଇଥିଲେ ll

Leave a Reply

Your email address will not be published. Required fields are marked *