ଗଜପତି ଜିଲ୍ଲାରେ ପ୍ରଥମ ଶିକ୍ଷକଙ୍କୁ ମିଳିଲା ଆଗୁଆ ପେନସନ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚଳିତ ମାସ 30 ତାରିଖରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରାମନାଥ ପଣ୍ଡା ଅବସର ଗ୍ରହଣ କରିବେ ପରନ୍ତୁ ଅବସର ପୂର୍ବରୁ ଉକ୍ତ ଶିକ୍ଷକଙ୍କୁ ଫାଇନାଲ ପେନସନ ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଫାଇନାଲ ପେନସନ ଆଦେଶ ପ୍ରଦାନ କରିଛନ୍ତି । ଯାହା କି ଚାକିରୀ କାଳ ମଧ୍ୟରେ ପେନସନ ପ୍ରଦାନ ଗଜପତି ଜିଲ୍ଲାରେ ପ୍ରଥମ ଶିକ୍ଷକ ରାମନାଥ ପଣ୍ଡାଙ୍କୁ ପେନସନ ଆଦେଶ ପ୍ରଦାନ କାଳରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦିପ ନାଗ, ପ୍ରଧାନ ଶିକ୍ଷକ ଡ଼ଃ ବୃଷକେତୁ ଦାଶ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ . ଜିଲ୍ଲାରେ ଶିକ୍ଷା ବିଭାଗର ଏତାଦୃଶ ପଦକ୍ଷେପ ପାଇଁ ଶିକ୍ଷକ ମହଲରେ ଆନନ୍ଦ ଲହରୀ ଖେଳିଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ସନାତନ ପଣ୍ଡା ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *