କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ୪୨ ମୌଜ଼ା କଳପଡା ମୁଦୁଲି ସାହି ରାସ୍ତା ଠାରୁ କଦମ୍ବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଦୀର୍ଘଦିନ ହେବ ନର୍ଦ୍ଦମା ପାଣି ମାଡି ରାସ୍ତାକୁ ଖରାପ କରିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ! ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଂଚ ଏବଂ ପୂର୍ତ୍ତ ବିଭାଗକୁ ଅବଗତ କରାଇ ଏହାର ସମାଧାନ ଦିଗରେ ଦାବୀ ହୋଇଆସୁଥିଲା . ତେବେ ପଦକ୍ଷେପ ସ୍ୱରୂପ ଡ୍ରେନ ନିର୍ମାଣ କାମ ଆରମ୍ଭ ହେବାପରେ କିଛି ବ୍ୟକ୍ତି ବିଶେଷ ନିଜସ୍ୱାର୍ଥ ପାଇଁ ଡ୍ରେନ କାମକୁ ବିରୋଧ କରିବାରୁ କାମଟି ଅଧାପନ୍ତରିଆ ହୋଇ ପଡ଼ିରହିଛି . ଯାହାଫଳରେ ସାଧାରଣ ଜନତା ଅସୁବିଧାର ସମୁଖୀନ ହେଉଛନ୍ତି ! ଅନ୍ୟ ପକ୍ଷରେ ମନ୍ଦିର ରାସ୍ତାର ନର୍ଦ୍ଦମା ପାଣି ଜମିବା କାରଣରୁ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି. ପ୍ରଶାସନିକ ସ୍ତରରେ ଏହି ସମସ୍ୟାର ସମାଧାନ ହେବାକୁ ସାଧାରଣରେ ଦାବି କରାଯାଇଛି !