ଗଜପତି ସଦର ମହକୁମାରେ ଜୋରଦାର ପ୍ରଦର୍ଶନ !!

0
288

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ବର୍ଷର କୃଷକମାନଙ୍କ ମାନଙ୍କ ଦ୍ଵାରା କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ୨୦୨୦ ବିରୋଧରେ କରାଯାଉଥିବା ଆନ୍ଦୋଳନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇ ଆପ୍ ଗଜପତି ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଭାରତ ବନ୍ଦରେ ସାମିଲ୍ ହୋଇଥିଲେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା । ସକାଳ ୯ ଘଣ୍ଟା ସମୟରେ ଆପ୍ କର୍ମୀମାନେ CPI,DYFI ର ସଦସ୍ୟମାନଙ୍କ ସହ ମିଶି ସହର ପରିକ୍ରମା କରିଥିଲେ ଏବଂ ଦୋକାନ ବଜାର ବନ୍ଦ ରଖି କୃଷକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ଆଜିର ବନ୍ଦ କୁ ସଫଳ କରେଇବା ପାଇଁ ଅନୁରୋଧ କରିଥିଲେ । ତାପରେ ପାରଳାଖେମୁଣ୍ଡି ନୂତନ ବଷ୍ଟାଣ୍ଡ ଠାରୁ AIKMS,CPM,DYFI,କଂଗ୍ରେସ ଓ ଅନ୍ୟ କୃଷକ ସଂଗଠନ, ରାଜନୈତିକ ଦଳ ମାନଙ୍କ ସହ ଏକ ରାଲି ରେ ଯୋଗଦେଇ ମେଡିକାଲ୍ ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ବିଭିନ୍ନ ନାରା ଦେଇ କେନ୍ଦ୍ରରେ ଥିବା ମୋଦୀ ସରକରଙ୍କୁ ସମାଲୋଚନା କରାଯାଇଥିଲା । ସେଠାରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ନୂତନ କୃଷି ଆଇନ୍ ବିଷୟରେ ସମ୍ବୋଧିତ କରି କହିଥିଲେ କେନ୍ଦ୍ରର ବିଜେପି ସରକାର ଦ୍ୱାରା ଅଣାଯାଇଥିବା ୩ ଟି କୃଷି ସମ୍ପର୍କିତ ଆଇନ ଚାଷୀର ମେରୁଦଣ୍ଡ ଭାଙ୍ଗିଦେବ । ଏହା ପ୍ରଚଳିତ ମଣ୍ଡି ବ୍ୟବସ୍ଥା ଓ ସର୍ବନିମ୍ନ ସହାୟକ ମୂଲ୍ୟ ଶେଷ କରି କୃଷକକୁ ସମ୍ପୂର୍ଣ୍ଣ ଭାବେ ବଜାର ଓ କମ୍ପାନୀ ହାତରେ ଟେକିଦେବ । ସରକାର ଏହି ଆଇନ୍ ମାଧ୍ୟମରେ ଜମାଖୋରି ଓ କଳାବଜାରୀକୁ ଆଇନଗତ ମାନ୍ୟତା ଦେବା ସହିତ ଚାଷୀର ଭାଗ୍ୟକୁ ଅମଲାତନ୍ତ୍ରର ହାତରେ ଛାଡ଼ିଦେଇଛନ୍ତି । ବିଜେପି ନେତୃତ୍ଵାଧୀନ NDA ସରକାର କୃଷି ଆଇନ ଦ୍ୱାରା କେବଳ କୃଷକ ଓ କୃଷି କ୍ଷେତ୍ରକୁ କମ୍ପାନୀ ହାତରେ ସମର୍ପଣ କରୁନାହାନ୍ତି ଦେଶର କୋଟି କୋଟି ଖାଉଟି, ଶ୍ରମିକ ଓ ସାଧାରଣ ଜନତାଙ୍କ ଭବିଷ୍ୟତକୁ ଦଲାଲ ମାନଙ୍କ ନିକଟରେ ବନ୍ଧା ପକାଉଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିନାଥ ପଟ୍ଟନାୟକ, ଲୋକନାଥ ଭୁକ୍ତା, ଲୋଗୋସ୍ ଦାସ୍ ବର୍ଦ୍ଧନ, ରଙ୍ଗା ପଟନାୟକ, କିଶୋର ଚନ୍ଦ୍ର ଗୁରୁ, ଲିଙ୍ଗରାଜ ପାଣିଗ୍ରାହି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here