ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବ୍ୟାପକ କଟକଣା ସତ୍ତ୍ୱେ ବି ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ . ସୁକିନ୍ଦା ଅଞ୍ଚଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଆଇନ ଶୃଙ୍ଖଳା ପରିସ୍ଥିତି l ପ୍ରଶାସନ ଜାଣତରେ ହେଉ କିମ୍ବା ଅଜଣାତରେ ଚୋରା ଗୋରୁ ବେପାରୀ ମାନେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଲେଣି l ଗତ କିଛି ଦିନ ତଳେ ଯାଜପୁର ଜିଲ୍ଲାରେ ଏକ ଗୋ ମାଂସ ବୋଝେଇ କଣ୍ଟେନର ଜବତ ହୋଇଥିଲା l ଗୋ ସମ୍ପଦ ରପ୍ତାନିକୁ ରୋକିବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ହୋଇନଥିବା ଜଣା ପଡ଼ିଛି l ଗୋ ମାଫିଆ ମାନେ ବେଧଢ଼କ ଭାବରେ ନିଜ ବେପାର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି l ଗତ କାଲି ବିଳମ୍ବତ ରାତିରେ କଳିଙ୍ଗ ନଗର ଥାନା ଅନ୍ତର୍ଗତ ବଡ ପିଙ୍ଗଲ ଗ୍ରାମରେ କୀର୍ତ୍ତନ ସାହୁଙ୍କ ପାଚେରୀରେ ଏକ ଗୋରୁ ବୋଝେଇ ପିକପ ଭ୍ୟାନ ଧକା ଲାଗିଥିଲା l ଯାହା ଫଳରେ ଗାଡ଼ିରେ ଥିବା ୭ ଗୋରୁ ମୃତ୍ୟୁ ବରଣ କରିଛନ୍ତି l ଗୋରୁ ବେପାରୀ ରାତାରାତି ମାମଲାକୁ ରଫାଦଫା କରି ମୃତ ଗୋରୁକୁ ଅଜଣା ଜାଗାରେ ପୋତି ଦେଇଥିବାର ଜଣା ପଡ଼ିଛି l ଘଟଣାକୁ ନେଇ ସୁକିନ୍ଦା ବଜରଙ୍ଗ ଦଳ ପକ୍ଷରୁ ଏକ ଏତଲା ଦାଖଲ ହୋଇଛି l ଘଟଣା କୁ ଗୁରୁତ୍ୱର ଭାବରେ ନେଇ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳିଙ୍ଗ ନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି l