ଜନଗଣନା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଦ୍ଧନା !

0
203

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟ ଓ ପ୍ରଶାସନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି . ୨୦୧୧ ମସିହା ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ସିଲଭର ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି ! ଏହି କାର୍ଯ୍ୟରେ ଜିଲ୍ଲାର ୬୨ ଜଣ ଜନଗଣନାକାରୀ ପର୍ଯ୍ୟବେକ୍ଷକ ମାନଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯିବା ସହ କଟକ ସଦର ବ୍ଲକ ହଂସନାଥ ନୋଡାଲ ହାଇସ୍କୁଲର ଶିକ୍ଷୟତ୍ରୀ ନିରୂପମା ଦାସ, ନୂଆକୋରୁଆ ୟୁପି ସ୍କୁଲର ଶିକ୍ଷକ ପ୍ରଭାତ ଷଡ଼ଙ୍ଗୀ , ଅମନସାସୋଲ ୟୁପି ସ୍କୁଲର ଶିକ୍ଷକ ସନ୍ତୋଷ ନନ୍ଦ, ଆଇତଳଙ୍ଗ ପ୍ରାଇମେରି ସ୍କୁଲର ଶିକ୍ଷକ ହେମନ୍ତ ପାତ୍ର, କେଶପୁର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ହାଜି ଶେଖ ସଫିକୁଉଦ୍ଦିନ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଛନ୍ତି . ସୂଚନାଯୋଗ୍ୟ ୧୮୭୨ ମସିହାରୁ ଦେଶରେ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇ ଆସୁଛି ଏବଂ ପ୍ରତି ଦଶ ବର୍ଷରେ ଏହା କରାଯାଇଥାଏ !

LEAVE A REPLY

Please enter your comment!
Please enter your name here