ବିତିଯାଇଛି ୧୫ ବର୍ଷ : କଳିଙ୍ଗନଗରରେ ସହିଦ ସ୍ମୃତି ଦିବସ ପାଳିତ !!

0
197

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଗୁଳିକାଣ୍ଡ ଘଟଣା କୁ ବିତି ଯାଇଛି ୧୫ ବର୍ଷ । ଟାଟା କମ୍ପାନୀ ପାଇଁ ଜମି ଅଧିଗ୍ରହଣ ସମୟରେ ପାଚେରୀ ନିର୍ମାଣ କୁ ବିରୋଧ କରି 2006 ମସିହାରେ ଜାନୁଆରୀ ୨ ତାରିଖ ଦିନ ପୋଲିସଙ୍କ ସହିତ ଆଦିବାସୀ ଙ୍କ ସଙ୍ଘର୍ଷ ହୋଇଥିଲା । ଏଥିରେ13 ଜଣ ନିରିହ ଆଦିବାସୀ ଙ୍କ ର ମୃତ୍ୟୁ ହୋଇଥିଲା । ତେବେ ସେହି ଅଭୂଲା ଦିନକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଜାନୁଆରୀ ୨ ତାରିଖ କୁ ସହିଦ୍ ସ୍ମୃତି ଦିବସ ଭାବେ ପାଳନ କରନ୍ତି ଏଠାକାର ସ୍ଥାନୀୟ ଆଦିବାସୀ । ବିସ୍ଥାପିତ ବିରୋଧୀ ଜନମଞ୍ଚ ଏକ ବିରାଟ ଶୋଭାଯାତ୍ରା ରେ ଚମ୍ପାକୋଇଲଠାରୁ ବାହାରି ଆମ୍ବଗାଡ଼ିଆ ବୀରଭୂମି ପଡିଆ ଠାରେ ପହଞ୍ଚିଥାନ୍ତି । ଚଳିତ ବର୍ଷ କୋଭିଡ କଟକଣା କୁ ଆଖି ଆଗରେ ରଖି ଜନମଞ୍ଚ ପକ୍ଷରୁ ରାଲି ଓ ଆଦିବାସୀ ମାନଙ୍କ ପାରମ୍ପରିକ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି । କୋଭିଡ ନିୟମ ଅନୁଯାୟୀ ସାଧାରଣ ସଭା ମାଧ୍ୟମରେ କାର୍ଯ୍ୟକ୍ରମକୁ ପାଳନ କରିବା ପାଇଁ କଳିଙ୍ଗନଗର ବିସ୍ଥାପିତ ବିରୋଧୀ ଜନମଞ୍ଚ ପକ୍ଷରୁ କୁହାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଏହି କାର୍ଯ୍ୟକ୍ରମ ସମାପନ ହେବ ବୋଲି କଳିଙ୍ଗନଗର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ କହିଛନ୍ତି । କଳିଙ୍ଗନଗର ବିରୋଧୀ ଜନମଞ୍ଚ ପକ୍ଷରୁ ସହିଦ ସ୍ମୃତିସ୍ତମ୍ଭ ନିକଟ ରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଶାନ୍ତି ଶୃଙ୍ଖଳା କୁ ଆଖି ଆଗରେ ରଖି ସ୍ଥାନୀୟ ପୁଲିସ ତରଫରୁ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି .

LEAVE A REPLY

Please enter your comment!
Please enter your name here