ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା : ସାଧାରଣରେ ଉଚ୍ଚ ପ୍ରଶଂସା !

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉପକଣ୍ଠ ଇଶାଣି ବ୍ରହ୍ମପୁର ପଞ୍ଚାୟତରେ ନାରାୟଣ ମନ୍ଦିର ସନ୍ନିକଟ ମୁଖ୍ୟରାସ୍ତା ତଥା ୱାର୍ଡ ନମ୍ବର ୪ ଓ ୭ ର ବିଭିନ୍ନ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି . ଆଲୋକର ଆବଶ୍ୟକତା ଥିବା ବିଭିନ୍ନ ସ୍ଥାନରେ ୩୫ୱ!ଟ ବିଶିଷ୍ଟ ୪ଟି ବିଜୁଳି ବତୀ ପରିଷଦର କାର୍ଯ୍ୟକର୍ତ୍ତା ରଂଜନ ବିଶୋଇ, ରମେଶ ସେଠୀ, ସୁଧିର ରଂଜନ ଆଚାର୍ଯ୍ୟ, କରୁଣାକର ବେହେରା, ମଣିଆ ମୁଦୁଲି, ଶ୍ରୀଧର ସେଠୀ, ସରୋଜକାନ୍ତ ଦାସ, ଜୟଦେବ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଯୋଗୀକରଣ କରାଯାଇଛି ! ଏହି ମହତ ଚିନ୍ତାଧାରାକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯିବା ସହ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସଂସ୍କୃତିର ପୁନରୁଦ୍ଧାର, ସାହିତ୍ୟସେଵା, ସମାଜସେଵା, ବୃକ୍ଷରୋପଣ, ରକ୍ତଦାନ ମହାସେବା, ଶିକ୍ଷାର ବିକାଶ, କରୋନା ସଚେତନତା ଆଦି ବହୁବିଧ ସେଵାକାର୍ଯ୍ୟ ସମସ୍ତ ଅଞ୍ଚଳରେ ଜାରିରଖି ବହୁଜନ ସୁଖୟ ବହୁଜନ ହିତାୟର ଶୋଭନୀୟ ଚିନ୍ତା ଚେତନା ପ୍ରକଟ କରିବାକୁ କାର୍ଯ୍ୟକର୍ତା ମାନକୁ ବିନମ୍ର ନିବେଦନ କରିଛନ୍ତି !

Leave a Reply

Your email address will not be published. Required fields are marked *