ନୟାଗଡ ଚିନିକଳରୁ ଏକ ଶହ କୋଟି ଟଙ୍କାର ଯନ୍ତ୍ରାଂଶ ଚୋରୀ ଅଭିଯୋଗ !!!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଚିନିକଳ ରୁ ପ୍ରାୟ ଏକ ଶହ କୋଟି ଟଙ୍କା ର ଯନ୍ତ୍ରାଂଶ ଚୋରି ଅଭିଯୋଗ ଆଣିଲା ଜିଲ୍ଲା କଂଗ୍ରେସ କମିଟି । ଚିନିକଳ ରୁ ଚୋରି ଅଭିଯୋଗ ଆସିବା ପରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ର ଏକ ଟିମ ଚିନିକଳ ର ସ୍ଥିତି ଅନୁଧ୍ୟାନ କରିଥିଲା । ଚିନିକଳ ର ଆକଳନ କରାଯାଇ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମାନ୍ୟବର ହାଇକୋର୍ଟ ଜିଲ୍ଲାପାଳ ଙ୍କୁ ହସ୍ତାନ୍ତର କରିଥିଲେ ।

କିନ୍ତୁ ଏହି ସମୟ ମଧ୍ୟରେ ଚିନିକଳ ରୁ ପ୍ରାୟ ଏକ ଶହ କୋଟି ଟଙ୍କାର ଯନ୍ତ୍ରାଂଶ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ସଭାପତି ଶ୍ରୀ ଦାଶ । ଜିଲ୍ଲାପାଳ ଦାୟିତ୍ଵ ଥିବା ସମୟରେ ଚୋରି ହୋଇଥିବାରୁ ଜିଲ୍ଲାପାଳଙ୍କ ଠାରୁ ସମ୍ପତ୍ତି ର ରିକୋଭରୀ କରାଯିବା ପାଇଁ ଏତଲା ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ଙ୍କୁ ଦାୟିତ୍ଵ ଦିଆଯାଇଥିବା ସମୟରେ ସେ ଦାୟିତ୍ଵ କୁ ଅବମାନନା କରି କେବଳ ଏସି ରୁମ୍ ରେ ବସି ରହୁଥିବା ଅଭିଯୋଗ ଆଣିଛନ୍ତି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ସପ୍ତାହ କୁ ଥରେ ପାର୍କ କାର୍ଯ୍ୟ କେମିତି ଚାଲିଛି ଅନୁଧ୍ୟାନ କରୁଥିବା ବେଳେ ଚିନିକଳ ସମ୍ପର୍କରେ ଚିନ୍ତା କରିବା ତାଙ୍କର ଦାୟିତ୍ଵ ନୁହେଁ କି ପ୍ରଶ୍ନ କରିଛନ୍ତି କଂଗ୍ରେସ ସଭାପତି ଶ୍ରୀ ଦାଶ । ଏହି ଅନୁଧ୍ୟାନ କମିଟି ରେ ଜିଲ୍ଲା ସଭାପତି ଙ୍କ ସମେତ ହୁସେନ ଖାଁ, କମଳ ଚରଣ ସାହୁ, ଫକିର ମଲ୍ଲ, ରାହୁଲ କୁଣ୍ଡ, କୈଳାସ ସାହୁ, ନବକିଶୋର ପରିଡା, ଭଗବାନ ମଲ୍ଲିକ, ଲକ୍ଷ୍ମଣ ଜେନା, ପ୍ରମୋଦ ପାଟ୍ଟଶାଣୀ, ଏବଂ ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *