ପବିତ୍ର ଅଯୋଧ୍ୟା ନଗରୀ ରେ ପ୍ରଭୂ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣାର୍ଥେ ଢେଙ୍କାନାଳ ରେ ନିଧି ସଂଗ୍ରହ ଅଭିଯାନ ।।

Spread the love

ଢେ଼ଙ୍କାନାଳ ( ଆୱାଜ ମିଡିଆ ) – ରଞ୍ଜିତ ବେହେରା : ହିନ୍ଦୁ ମାନଙ୍କର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀରାମ ଙ୍କ ମନ୍ଦିର ନିର୍ମାଣ କରିବା ପାଇଁ ଏକ ପାଦ ଆଗକୁ ବଢ଼ିଛନ୍ତି ଢେ଼ଙ୍କାନାଳ ବାସୀ । ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀରାମ ଙ୍କର ଭବ୍ୟ ମନ୍ଦିର ନିର୍ମାଣ ଆରମ୍ଭ ହେବାକୁ ଯାଉଛି, ଯେଉଁ କାର୍ଯ୍ୟ ପାଇଁ ଭାରତ ବର୍ଷରେ ସମଗ୍ର ଭାରତବାସୀ ସାହାଯ୍ୟର ହାତ ବଢାଇଛନ୍ତି । ଢେଙ୍କାନାଳ ସହର ର ଅଧିବାସୀ ମାନେ ସେହି ପବିତ୍ର କାମ କରିବା ନିମନ୍ତେ ଆଜି ଅଣ୍ଟା ଭିଡିଛନ୍ତି । ପ୍ରଭୁଙ୍କର ମନ୍ଦିର ପ୍ରତିଷ୍ଠା ହେବାପାଇଁ ଏକ ଗୁଣ୍ଡୁଚି ମୂଷା ସଦୃଶ ନିଜର ଅର୍ଥରାଶି ପ୍ରଦାନ କରିବା ନିମାନ୍ତେ ଜନତା ପାଖରେ ସ୍ୱର ପହଂଚା ଯାଇଛି । ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ବିଜେପି କର୍ମୀ, ସମାଜ ସେବୀ, ଜାତୀୟ ବିକାଶ ସମିତି ସହ ସମଗ୍ର ଢେଙ୍କାନାଳବାସୀ ଏକାଠି ହୋଇ ସହର ର ରଥଗଡା ନିକଟବର୍ତ୍ତୀ ଯଉଁଳି ପୋଖରୀ ମଠ ଠାରୁ ଏକ ପଦ ସଞ୍ଚଳନ ଆରମ୍ଭ ହୋଇ ବଜିଚୋକ ପାର୍ଯ୍ୟନ୍ତ ଯାଇଥିଲା । ଯେଉଁଥିରେ ଅନେକ ସାଧୁ ସନ୍ଥ, ଢେଙ୍କାନାଳ ବାସୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲୋକମାନଙ୍କ ଠାରୁ ମନ୍ଦିର ନିର୍ମାଣ ପାଇଁ ଅର୍ଥ ରାଶି ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *