ବିଶ୍ୱ ବିଦ୍ୟାଳୟ କୁଳପତି ଙ୍କୁ ସମ୍ବର୍ଦ୍ଧନା

Spread the love

ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଲକ ଗେରାବନ୍ଧ ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଉପ କୁଳପତିଙ୍କ ଶ୍ରୀଯୁକ୍ତ ଡ.ଏନ. ନାଗରାଜୁଙ୍କୁ ପୁରାତନ ଛାତ୍ର ଛାତ୍ରୀ ସଙ୍ଘ ତଥା ବିଦ୍ୟାଳୟ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରା ଯାଇଥିଲା।

ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଜି.ସୁଦର୍ଶନ ରାଓ, ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସୀମାଞ୍ଚଳ ପାଳ, ଉପ କୁଳପତି ଶ୍ରୀଯୁକ୍ତ ଡ. ଏନ.ନାଗରାଜୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବି. ତିରୁମାଳା ରାଓ ପଟ୍ଟନାୟକ ଏବଂ ଆଲୁମିନି ସଙ୍ଘର ସଭାପତି ଶ୍ରୀଯୁକ୍ତ ସିଏଚ. ପ୍ରସାଦ କୁମାର ପଟ୍ଟନାୟକ ପୌରହିତ୍ୟ କରିଥିଲେ। ଆୟୋଜିତ ସଭାରେ ବହୁ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଡ.ଏନ. ନାଗରାଜୁଙ୍କୁ ପ୍ରତିଭା ଗୁଣଗାନ କରିଥିଲେ। ଶେଷରେ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରି ଥିଲେ।

Leave a Reply

Your email address will not be published. Required fields are marked *