ଅନନ୍ୟା ଗଜପତି ଆନୁକୂଲ୍ୟରେ ଫେସନ ପ୍ରତିଯୋଗିତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ହନୁମାନ ମୂର୍ତ୍ତି ପାର୍ଶ୍ୱରେ ଏକ ଶୋଭନ ମୁକ୍ତ ମଞ୍ଚରେ ଏମଏମ ସ୍ପୋର୍ଟସ ପ୍ରଯୋଜିତ ମଡେଲ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି . ପ୍ରତିଯୋଗିତାରେ କେବଳ ଝିଅ ଓ ମହିଳାମାନେ ଅଂଶ ଗ୍ରହଣ କରିଥିଲେ ।

ଭାରତୀୟ ତଥା ଉତ୍କଳୀୟ ସଂସ୍କୃତିକୁ ଆଧାରକରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଆକର୍ଷଣୀୟ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରଥମେ ସୁଶ୍ରୀ ପ୍ରିୟଙ୍କା ସାହୁଙ୍କୁ ଗଜପତି କୁଇନ ମୁକୁଟ ପ୍ରଦାନ କରାଗଲା ପରେ ବେବି ଗଜପତି -୧ମ. ତାପସୀ କର-୨ୟ, ତନିଶା ବେବର୍ତ୍ତା-୩ୟ, ସନ୍ତୋସିନୀ ପାତ୍ର ମିସ ଗଜପତିରେ ୧ମ.ସୁଶ୍ରୀ କ୍ରିଷ୍ଣା ବହିଦାର,୨ୟ. ରୋଜି ପାତ୍ର,୩ୟ. ରାଜେଶ୍ୱରୀ ପାତ୍ର, ମିସେସ ଗଜପତିରେ ୧ମ.କଲ୍ୟାଣୀ ପଣ୍ଡା,୨ୟ ସୁଶ୍ରୀ ରଚିତା କୁମାରୀ ମହାନ୍ତି,୩ୟ.ଝରଣା ରାଣୀ ପଟନାୟକ ହୋଇଥିଲେ।

ବିଚାରକ ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା, ଶୁଭେନ୍ଦୁ ମୋହନ ସେନାପତି, ପ୍ରିୟଙ୍କା ସାହୁ ଉପସ୍ଥିତାରହିଥିଲେ . ପ୍ରାରମ୍ଭରେ ଶୁଭଶ୍ରୀ ସାହୁ ଏବଂ ସଂସିତା ପ୍ରଧାନ ମଙ୍ଗଳାଚରଣ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ୭୦ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ମମତା ଆପଟ ଏବଂ ଏମ ଏମ ସ୍ପୋର୍ଟସ ପରିଚାଳନା କରିଥିବା ବେଳେ ମୁଖ ଅତିଥି ଭାବେ ଭାଗବତ ପାଢୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *