ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଶୈକ୍ଷିକ ଭବନର ଭିତ୍ତି ପ୍ରସ୍ତର ସ୍ଥାପନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଶୈକ୍ଷିକ ଭବନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲାପାଳ ଡ.ପୋମା ଟୁଡୁ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ଧର ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ୩୨ ହଜାର ସ୍କୋୟାର ଫୁଟ ବିଶିଷ୍ଟ କୋଠା ନିମନ୍ତେ ୫କୋଟି ୪୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ । ବିଧାୟକ ସତ୍ୟନାରାୟଣ ପ୍ରଧାନ ପାଠ୍ୟପୁସ୍ତକ ସହିତ ବିଭିନ୍ନ ପ୍ରକାର ଖବରକାଗଜ ଏବଂ ମହାପୁରୁଷ ମାନଙ୍କ ଜିବନୀ ଅଧ୍ୟୟନ କରିବା ଉପରେ ଗୁରୁତ୍ଵ ଦେଇଥିବା ବେଳେ ଜିଲ୍ଲାପାଳ ଡ. ଟୁଡୁ ଛାତ୍ରଛାତ୍ରୀ ମାନେ ପାଠପଢ଼ା ସହିତ ସମାଜ ପ୍ରତି ସେମାନଙ୍କର ଅବଦାନ ଉପରେ ଟିପ୍ପଣୀ ରଖିଥିଲେ ।

Leave a Reply

Your email address will not be published. Required fields are marked *