ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟରେ ସହୀଦ ଦିବସ ପାଳିତ ହୋଇଯାଇଛି ।ଏନ.ସି.ସି, ନେଭାଲ ଓ ଆର୍ମୀ ର ସମର ଶିକ୍ଷାର୍ଥୀ ମାନଙ୍କ ଗହଣରେ ମହାତ୍ମା ଗାନ୍ଧୀଙ୍କ ତିରୋଧୀନ ଦିବସ ଉପଲକ୍ଷେ ସହୀଦ ଦିବସ ପାଳିତ ହୋଇଥିଲା । ପ୍ରଧାନ ଶିକ୍ଷକ ଡ଼ ବୃଷକେତୁ ଦାସ ଶହୀଦ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଏନ.ସି.ସି ଅଫିସର ହରିହର ଦାସ ଓ ଜଗନ୍ନାଥ ପଟ୍ଟନାୟକ ପରିଚାଳନା କରିଥିଲେ । ଶିକ୍ଷକ ରାମୋଜୀ, ରମେଶ, ଝିକୋରିୟା ଶବର, ଶିକ୍ଷୟିତ୍ରୀ ମିନାକ୍ଷୀ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।