ଢେ଼ଙ୍କାନାଳ ( ଆୱାଜ ମିଡିଆ ) – ରଞ୍ଜିତ ବେହେରା : କରୋନା ଲଢେଇରେ ସାମିଲ ହୋଇଥିବା ଢେଙ୍କାନାଳ ଜିଲ୍ଲାର ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ କରୋନା ଟୀକା ଗ୍ରହଣ କରିଛନ୍ତି . ଢେଙ୍କାନାଳ ସହରର ଗୁଡ଼ିଆନଳୀ ରେ ଅବସ୍ଥିତ କଲ୍ୟାଣ ମଣ୍ଡପ ଠାରେ କରୋନା ଟୀକା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଟୀକାକରଣ କାର୍ଯ୍ୟକ୍ରମ ଆଗଧାଡ଼ିର କର୍ମକର୍ତ୍ତା ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା । ଟୀକା ଗ୍ରହଣ କେନ୍ଦ୍ରରେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମହୋଦୟ ନିଜେ ପ୍ରଥମେ ଟୀକା ନେଇଥିଲେ ।
ଆଜିର ଏହି ଟୀକାକରଣ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାପାଳ, ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଧେଶକ ନରୋତ୍ତମ ବେହେରା, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ,ସଦର ତହସିଲଦାର ଲଷ୍ମୀଧର ବେହେରା ପ୍ରମୁଖ ଟୀକାନେଇ ଲୋକମାନଙ୍କୁ ଟୀକା ନେବା ପାଇଁ ପ୍ରେରଣା ଦେଇଥିଲେ ।